ଶ୍ରୀମନ୍ଦିରରେ ବଡ଼ ଅଘଟଣ: ସ୍ନାନ ମଣ୍ଡପରେ ରକ୍ତଛିଟା

add-all

ପୁରୀ : ଆଜି ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିରରେ ବଡ଼ ଅଘଟଣ ଘଟିଛି। ସ୍ନାନ ମଣ୍ଡପ ଚକଡ଼ାରେ ରକ୍ତ ଛିଟା ପଡ଼ିଥିବା ଜଣେ ଜେଟିପି ଦେଖିଥିଲେ। କୌଣସି ସେବାୟତଙ୍କ ଠାରୁ ଏହି ରକ୍ତ ଛିଟା ଲାଗିଥିବା ଆଶଙ୍କା କରାଯାଉଛି। ତେବେ ରକ୍ତ ଛିଟା ପଡ଼ିଥିବାରୁ ମହାପ୍ରଭୁ ପୁଣିଥରେ ସ୍ନାନ କରିଛନ୍ତି। ଦେବସ୍ନାନ ନୀତି ଅନୁଯାୟୀ ଠାକୁର ଥରେ ଗାଧୋଇ ସାରିବା ପରେ ପୁଣିଥରେ ନିୟମ ମୁତାବକ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ହୋଇଥିବା ଜଣାଯାଇଛି।

ସ୍ନାନ ମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିସାରିଥିଲେ ଶ୍ରୀଜିଉ । ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଆଜି ସଂପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହାପରେ ହାତୀ ବେଶରେ ମହାପ୍ରଭୁ ବିରାଜମାନ କରିବେ। ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।

ad-week
Leave A Reply

Your email address will not be published.