ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ବ୍ରିଜ୍‌

add-all

ପାଟନା : ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌। କ୍ୟାମେରା କଏଦ ହୋଇଛି ବ୍ରିଜ୍‌ ଭୁଶୁଡ଼ିବା ବେଳର ଦୃଶ୍ୟ। ବିହାରାର ଭାଗଲପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି। ବ୍ରିଜ୍‌ର ଦୁଇଟି ପାର୍ଶ୍ୱ କେମିତି ଭୁଶୁଡ଼ିବା ସହ ପାଣିରେ ମିଶି ଯାଉଛି, ତା’ର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏଯାଏ ବ୍ରିଜ ଭୁଶୁଡ଼ିବା ଘଟଣାରେ ମୃତାହତଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ମିଳିନି।
ମିଳିଥିବା ସୂଚନା ଅନୁସାରେ, ଅଗୁୱାନି ସୁଲାତନଗଞ୍ଜ ଗଙ୍ଗା ବ୍ରିଜ ବିହାରର ଖାଗାରିଆ ଠାରେ ନିର୍ମାଣ ଚାଲିଥିଲା। ଗଙ୍ଗା ନଦୀ ଉପରେ ହେଉଥିବା ବ୍ରିଜ ପାଇଁ ୧୭ ଶହ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ବ୍ରିଜର ୩ଫୁଟ ଅଞ୍ଚଳ ଆଜି ଭୁଶୁଡ଼ିବା ସହ ଗଙ୍ଗା ନଦୀରେ ଲୀନ ହୋଇଯାଇଛି। ନିମ୍ନମାନର କାମ ପାଇଁ ଏପରି ଘଟିଥିବା କୁହାଯାଉଛି।
ଗତ ଏପ୍ରିଲ ମାସରେ ମଧ୍ୟ ଧୂଳି ଝଡ଼ ଯୋଗୁ ଏହି ବ୍ରିଜ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଖାଗାରିଆ, ଅଗୁୱାନି ଓ ସୁଲାତନଗଞ୍ଜ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରିବାକୁ ଗଙ୍ଗାନଦୀ ଉପରେ ଏହାକୁ ନିର୍ମାଣ କରାଯାଉଥିଲା। ୨ ବର୍ଷ ତଳେ ବ୍ରିଜ୍‌ର ଗୋଟିଏ ପାର୍ଶ୍ୱ ମଧ୍ୟ ଭୁଶୁଡ଼ି ପଡ଼ିଥିଲା।

ଘଟଣାକୁ ନେଇ ବିହାର ବିଧାନସଭାର ବିରୋଧୀ ଦଳ ନେତା ବିଜୟ କୁମାର ସିହ୍ନା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ବିହାରରେ କମିସିନ ନେବା ପରମ୍ପରାରେ ପରିଣତ ହୋଇଗଲାଣି।

ad-week
Leave A Reply

Your email address will not be published.