ଗୋ-ହତ୍ୟାକୁ ନେଇ କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ବୟାନ : ଯଦି ମଇଁଷି ମାନଙ୍କୁ ହତ୍ୟା କରାଯାଉଛି, ତା’ହେଲେ ଗାଈ ମାନଙ୍କୁ କାହିଁକି ନୁହେଁ?

add-all

ବେଙ୍ଗାଲୁରୁ : ଗୋ-ହତ୍ୟା ଓ କଂସେଇ ଖାନାକୁ ନେଇ କର୍ଣ୍ଣାଟକାର ଜଣେ ମନ୍ତ୍ରୀ ଦେଇଥିବା ବୟାନ ବିରୋଧରେ କିଛି ଲୋକ ବିକ୍ଷୋଭ କରୁଛନ୍ତି। ରାଜ୍ୟରେ ଲାଗୁ ହୋଇଥିବା କଠୋର ଗୋ-ହତ୍ୟା ନିରୋଧ ଆଇନକୁ କଂଗ୍ରେସ ସରକାର ସମୀକ୍ଷା କରୁଥିବା ମନ୍ତ୍ରୀ ଜଣଙ୍କ କହିଥିଲେ। ତେବେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏହି ପ୍ରସଙ୍ଗରେ ଆଲୋଚନା କ୍ୟାବିନେଟ ବୈଠକରେ ହୋଇପାରେ ବୋଲି କହିଛନ୍ତି।
ସିଦ୍ଦରମୈୟାଙ୍କ କହିବା କଥା ଯେ ରାଜ୍ୟରେ ପୂର୍ବରୁ କ୍ଷମତାରେ ଥିବା ବିଜେପି ସରକାର ଆଣିଥିବା କଠୋର ଗୋ-ହତ୍ୟା ନିରୋଧ ଆଇନରେ ସ୍ପଷ୍ଟତା ନାହିଁ। ଏହାକୁ ରାଜ୍ୟ ସରକାର କ୍ୟାବିନେଟରେ ଆଲୋଚନା କରିପାରନ୍ତି। ତେବେ ଏଯାଏ କୌଣସି ପ୍ରକାରର ନିଷ୍ପତ୍ତି ନିଆଯାଇନି ବୋଲି ସିଦ୍ଦରମୈୟା ସ୍ପଷ୍ଟ କରିଛନ୍ତି।
କର୍ଣ୍ଣାଟକାର ପଶୁ ସମ୍ପଦ ମନ୍ତ୍ରୀ କେ ଭେଙ୍କଟେଶ କହିଥିଲେ ଯେ “ଯଦି ମଇଁଷି ମାନଙ୍କୁ ହତ୍ୟା କରାଯାଉଛି, ତା’ହେଲେ ଗାଈ ମାନଙ୍କୁ କାହିଁକି ନୁହେଁ? ଏ ସମ୍ପର୍କରେ ବିଜେପି ସରକାର ଗୋଟିଏ ବିଲ ଆଣିଥିଲେ। ଏହି ବିଲ୍‌ରେ ସେମାନେ ମଇଁଷି ହତ୍ୟାକୁ ଅନୁମତି ଦେଇଥିଲେ। କିନ୍ତୁ ଗୋ-ହତ୍ୟା ଆଦୌ ହେବନି ବୋଲି କହିଥିଲେ। ଏହା ଉପରେ ଆମେ ଆଲୋଚନା କରୁଛୁ ଓ ନିଷ୍ପତ୍ତି ନେବୁ।”
ଏହାକୁ ନେଇ ବିଜେପି ସମଗ୍ର ରାଜ୍ୟରେ ୨ ଦିନ ହେଲା ବିକ୍ଷୋଭ କରୁଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଏକାଧିକ ଟ୍ୱିଟ କରି ଭେଙ୍କଟେଶଙ୍କ ବୟାନ ନିନ୍ଦା କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ତାଙ୍କ କ୍ୟାବିନେଟ ସହଯୋଗୀଙ୍କୁ ଉପଯୁକ୍ତ ପରାମର୍ଶ ଦିଅନ୍ତୁ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.