ଓଡ଼ିଶା ସରକାର ଓ ଭୁବନେଶ୍ବର ଏମ୍ସକୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ମନ୍ତ୍ରୀ

add-all

ଭୁବନେଶ୍ବର: ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଓଡ଼ିଶା ସରକାର ଏବଂ ଭୁବନେଶ୍ବର ଏମ୍ସକୁ ପ୍ରଶଂସା କରିଛନ୍ତି। ଏମ୍ସ ଭୁ‌ବନେଶ୍ବରରେ ମଙ୍ଗଳବାର ପହଞ୍ଚି ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶଶୀ ପଞ୍ଜା ଏବଂ ଶ୍ରୀମତୀ ଭଟ୍ଟାଚାର୍ଯ୍ୟ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏମ୍ସରେ ଖୋଲା ଯାଇଥିବା ପଶ୍ଚିମବଙ୍ଗର ହେଲ୍ପ ଡେସ୍କ ନିକଟକୁ ଯାଇ ଡାଟା ସିଟ ଚେକ କରିବା ସହ କେତୋଟି ମୃତଦେହ ପରିବାରଙ୍କ ହସ୍ତାନ୍ତର କରାଯାଇଛି ସେନେଇ ତଥ୍ୟ ସଂଗ୍ରହ କରିଛନ୍ତି।

ପଶ୍ଚିମବଙ୍ଗର ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା ଅର୍ଥ ରାଶି ମିଳିଛି କି ନାହିଁ ସେନେଇ ମଧ୍ୟ ଦୁଇ ମନ୍ତ୍ରୀ ଯାଞ୍ଚ କରିଛନ୍ତି। ଏମ୍ସସକୁ ଆସିଥିବା ୧୨୩ ମୃତଦେହରୁ ୩୬ଟି ମୃତଦେହ ବର୍ତ୍ତମାନ ପର୍ଯ୍ୟନ୍ତ ପଶ୍ଚିମବଙ୍ଗକୁ ପଠାଯାଇଛି ବୋଲି ପ୍ରତିକ୍ରୀୟା ଦେଇଛନ୍ତି। ରାଜ୍ୟ ସରକାରଙ୍କୁ କିଛି ଦୋଷ ଦେଇନଥିବା ବେଳେ ଏମ୍ସ ଓ ରାଜ୍ୟ ସରକାରଙ୍କ ମିଳିତ ସହାୟତାରେ ସୁରୁଖୁରୁରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବା ନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ମନ୍ତ୍ରୀ।

ad-week
Leave A Reply

Your email address will not be published.