ମୀରା ରୋଡରେ ଲିଭ-ଇନ ପାର୍ଟନରଙ୍କୁ ହତ୍ୟା ମାମଲାରେ ଏବେ ନୂଆ ରହସ୍ୟ ଉନ୍ମୋଚିତ

add-all

ମୁମ୍ବାଇ: ମୁମ୍ବାଇର ମୀରା ରୋଡରେ ଲିଭ-ଇନ ପାର୍ଟନରଙ୍କୁ ହତ୍ୟା ମାମଲାରେ ଏବେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି | ହତ୍ୟାକାଣ୍ଡର ଶିକାର ହୋଇଥିବା ସରସ୍ବତୀ ବୈଦ୍ୟ ଅଭିଯୁକ୍ତ ମନୋଜଙ୍କୁ ୨୦୧୪ ମସିହାରେ ଭେଟିଥିଲେ | ସରସ୍ବତୀ, ମନୋଜଙ୍କୁ ଏକ ରାସନ ଦୋକାନରେ ଭେଟିଥିଲେ | ୫୬ ବର୍ଷୀୟ ମନୋଜ ରାସନ ଦୋକାନରେ କାମ କରୁଥିଲେ | ଦୁହେଁ ପ୍ରଥମେ ରାସନ ଦୋକାନରେ ଡେଟିଂ ଆରମ୍ଭ କରିଥିଲେ ଏବଂ ପରେ ଏକାଠି ରହିବାକୁ ଲାଗିଥିଲେ | ସେହିଭଳି ସରସ୍ବତୀ ପିଲାଟିଦିନରୁ ଅନାଥ ଥିଲେ | ମନୋଜ ବାହା ହୋଇନଥିଲେ। ବୋରିଭାଲିରେ ତାଙ୍କର ଏକ ଘର ଅଛି, ଯେଉଁଠାରେ ତାଙ୍କ ପରିବାରର କିଛି ସଦସ୍ୟ ରୁହନ୍ତି, କିନ୍ତୁ ସେ ତାଙ୍କ ପରିବାରଠାରୁ ଅଲଗା ରହୁଥିଲେ |
ସେ ଯେଉଁ ରାସନ ଦୋକାନରେ କାମ କରୁଥିଲେ ତାହା ମଧ୍ୟ ବୋରିଭାଲିରେ ଥିଲା | ଉଲ୍ଲେଖ ଥାଉ କି ୩ ବର୍ଷ ହେବ ଗୀତା ନଗର ଫେଜ୍‌ ୭ରେ ଥିବା ଗୀତା ଆକାଶ ଦୀପ ବିଲ୍‌ଡିଙ୍ଗ୍‌ର ୭୦୪ ନମ୍ବର ଫ୍ଲାଟ୍‌ରେ ଅଭିଯୁକ୍ତ ୫୬ ବର୍ଷୀୟ ମନୋଜ ସାନେ ୩୬ ବର୍ଷୀୟ ସରସ୍ବତୀ ବୈଦ୍ୟଙ୍କ ସହ ଲିଭ୍‌-ଇନରେ ରହୁଥିଲେ | ଦୁହେଁ ରହୁଥିବା ଫ୍ଲାଟ୍‌ରୁ ଦୁର୍ଗନ୍ଧ ବାହାରୁଥିବା କଥା ସ୍ଥାନୀୟ ବାସିନ୍ଦାମାନେ ବୁଧବାର ଦିନ ନୟନାନଗର ଥାନାକୁ ଜଣାଇବା ପରେ ଘଟଣା ଲୋକଲୋଚନକୁ ଆସିଲା। ତୁରନ୍ତ ଘଟଣାସ୍ଥଳକୁ ପୁଲିସ ଟିମ୍‌ ଯାଇ ସେଠାରୁ ଖଣ୍ଡବିଖଣ୍ଡ ହୋଇଥିବା ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର କରିଥିଲେ । ୩/୪ ଦିନ ତଳୁ ହତ୍ୟାକାଣ୍ଡ ଘଟିଛି ବୋଲି ସେ ଫ୍ଲାଟ୍‌ରୁ ମିଳିଥିବା ଗଳିତ ଶବଖଣ୍ଡରୁ ପୁଲିସର ସନ୍ଦେହ ହେଉଛି।

ଏହାପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା ​​ଏବଂ ବର୍ତ୍ତମାନ କୋର୍ଟ ତାଙ୍କୁ ଜୁନ୍ ୧୬ ପର୍ଯ୍ୟନ୍ତ ପୁଲିସ ରିମାଣ୍ଡରେ ପଠାଇଛନ୍ତି। ତେବେ ପୁଲିସ ପହଞ୍ଚିବା ପରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା। ଗଛକଟା କରତରେ ମୃତଦେହକୁ ଖଣ୍ଡ ଖଣ୍ଡ କରାଯାଇଥିବାବେଳେ ଲିଭ୍‌-ଇନ୍‌ ପାର୍ଟନର୍‌ଙ୍କ ଦେହାଂଶକୁ ମଧ୍ୟ ଅଭିଯୁକ୍ତ ପ୍ରେସର କୁକର୍‌ରେ ସିଝାଇ ଥିଲେ। ପ୍ରମାଣ ଲୁଚାଇବାକୁ ମନୋଜ ଏହା କରିଥିବାର ପୁଲିସ ସନ୍ଦେହ କରୁଛି |

ad-week
Leave A Reply

Your email address will not be published.