୧୪ ଘଣ୍ଟାର ଅପରେସନ ପରେ ବ୍ରିଜ୍‌ର ପିଲାର୍‌ରେ ଫସିଥିବା ନାବାଳକ ଉଦ୍ଧାର

add-all

ପାଟନା : ଦୀର୍ଘ ୧୪ ଘଣ୍ଟାର ଅପରେସନ ପରେ ପିଲାର ଭିତରେ ଫସିଥିବା ନାବାଳକଙ୍କୁ ଉଦ୍ଧାର କରାଯାଇଛି। ବିହାରର ରୋହତାସର ବ୍ରିଜ୍‌ର ଗୋଟିଏ ସ୍ଲାବ ଓ ପିଲାର ମଧ୍ୟରେ ୧୧ ବର୍ଷର ପିଲାଟି ଫସି ଯାଇଥିଲା। ତାକୁ ଏନଡିଆରଏଫ ଟିମ ଓ ସ୍ଥାନୀୟ ପ୍ରଶାସନ ପିଲାର ଭିତରୁ ବାହାର କରିବାକୁ ସକ୍ଷମ ହୋଇଛନ୍ତି।
ତେବେ ସେ ଜୀବିତ କି କି ମୃତ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଉଦ୍ଧାର ପରେ ତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତା’ର ଅବସ୍ଥା ଆଦୌ ସ୍ୱାଭାବିକ ନଥିବା ବିକ୍ରମଗଞ୍ଜ ଏସଡିଏମ ଉପେନ୍ଦ୍ର ପାଲ ସୂଚନା ଦେଇଛନ୍ତି।
ରୋହତାସ ଅଞ୍ଚଳର ନସିରଗଞ୍ଜ-ଦାଉଦନଗର ମୁଖ୍ୟ ରାସ୍ତାରେ ଥିବା ପୋଲରେ ଘଟିଥିଲା ଏହି ଅଘଟଣା। ପୋଲ ଉପରେ ପିଲାଟି ଯିବା ବେଳେ କୌଣସି କାରଣବଶତଃ ବ୍ରିଜରେ ଲାଗିଥିବା ସ୍ଲାବ ଓ ପିଲାର ମଧ୍ୟରେ ଫସି ଯାଇଥିଲା।
ଦୁଇ ଦିନ ହେଲା ପରିବାର ଲୋକ ପିଲାଟିକୁ ଖୋଜୁ ଥିଲେ ମଧ୍ୟ କୌଣସି ସୂଚନା ପାଇ ନଥିଲେ। ଶେଷରେ ଜଣେ ମହିଳା ପିଲାଟି ବ୍ରିଜ୍‌ର ପିଲାରରେ ଫସି ରହିଥିବା ଦେଖିଥିଲେ। ଏହାପରେ ପ୍ରଶାସନ ଏନଡିଆରଏଫ ସହାୟତାରେ ଉଦ୍ଧାର କାମ ଆରମ୍ଭ କରିଥିଲା।
ପିଲାର ମଧ୍ୟରୁ ଉଦ୍ଧାର ହୋଇଥିବା ନାବାଳକ ଜଣକ ଖରିଆଓଁ ପଞ୍ଚାୟତର ରଞ୍ଜନ କୁମାର ଶାହ ବୋଲି ଜଣାପଡ଼ିଛି। ତେବେ ନାବାଳକ ଜଣକ ମାନସିକ ବିକାରଗ୍ରସ୍ତ ଓ ଦୁଇ ଦିନ ପୂର୍ବେ ସେ ଘରୁ ଚାଲିଆସିଥିବା ତାଙ୍କ ବାପା କହିଥିଲେ।

ad-week
Leave A Reply

Your email address will not be published.