ବିମାନ ଭଡ଼ା ୬୧ ପ୍ରତିଶତ କମିଛି : କେନ୍ଦ୍ରମନ୍ତ୍ରୀ ସିନ୍ଧିଆ

add-all

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ବିମାନର ଭଡ଼ା ୬୧% ଯାଏ ହ୍ରାସ ପାଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ଜୁନ ୬ରେ ବିଭିନ୍ନ ବିମାନ କମ୍ପାନୀର ପରାମର୍ଶଦାତା ଗ୍ରୁପର ମିଟିଂ ବସିଥିଲା। ଏହାପରେ ଦିଲ୍ଲୀରୁ ବିଭିନ୍ନ ସ୍ଥାନକୁ ଲାଗୁ ହେଉଥିବା ବିମାନ ଭଡ଼ା ୧୪ରୁ ୬୧% ଯାଏ ହ୍ରାସ ପାଇଛି ବୋଲି ସେ କହିଛନ୍ତି।
ବିମାନ ସେବା ଓ ଏହାର ଚଳାଚଳ ଉପରେ ଡିଜିସିଏ ଓ ମନ୍ତ୍ରଣାଳୟ ନଜର ରଖିଥିବା ସୂଚନା ଦେଇ ସିନ୍ଧିଆ କହିଛନ୍ତି ଯେ “ଦିଲ୍ଲୀରୁ ଶ୍ରୀନଗର, ଲେହ, ପୁଣେ ଓ ମୁମ୍ବାଇ ଭଳି ସ୍ଥାନକୁ ଯିବା ପାଇଁ ଲାଗୁ ହେଉଥିବା ବିମାନ ଭଡ଼ା ୧୪ରୁ ୬୧% ଯାଏ ହ୍ରାସ ପାଇବା ବେଶ ଖୁସି ଦେଇଛି। ଡିଜିସିଏ ଓ ମନ୍ତ୍ରଣାଳୟ ଦୈନକ ଭଡ଼ା ଉପରେ ନିଜର ରଖିଛି।”
ବିଜେପି ସରକାରର ୯ ବର୍ଷ ଶାସନ ମଧ୍ୟରେ ବିମାନ ଚଳାଚଳ କ୍ଷେତ୍ରରେ କ’ଣ ସବୁ ଉପଲବ୍ଧି ହାସଲ କରିଛି, ସେଗୁଡ଼ିକର ପ୍ରଚାର କରିବା ବେଳେ ସିନ୍ଧିଆ ଏହି ସୂଚନା ଦେଇଛନ୍ତି। ଏଥିସହ ସେ ସରକାର ବିମାନ ଚଳାଚଳ କ୍ଷେତ୍ରର ଉନ୍ନତି ପାଇଁ କ’ଣ ସବୁ କରିଛନ୍ତି, ସେକଥା ମଧ୍ୟ କହିଛନ୍ତି।

ad-week
Leave A Reply

Your email address will not be published.