ଆଷାଢ଼ ମାସରେ ୪୦ ଡିଗ୍ରି ଉପରେ ୨୬ ସହର

add-all

ଭୁବନେଶ୍ବର: ଶ୍ରାବଣ ମାସରେ ବର୍ଷା ନାହିଁ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମୌସୁମୀକୁ ରାଜ୍ୟବାସୀ ଅପେକ୍ଷା କରିଥିବା ବେଳେ ପ୍ରବଳ ଖରା ଏବଂ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସକାଳ ୮ଟାରୁ ଅପରାହ୍‌ଣ ୩ଟା ଯାଏଁ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ କଲବଲ କରୁଛି। ରାଜ୍ୟ ରାଜ୍ୟର ୨୬ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଅଧିକ ରେକର୍ଡ ହୋଇଛି। ସମ୍ବଲପୁର ଓ ସୋନପୁରରେ ଏହା ୪୪.୬ ଡିଗ୍ରିକୁ ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୪୪.୨ ଡିଗ୍ରି ସହ ଝାରସୁଗୁଡ଼ାରେ ଆଜି ଦ୍ବିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ପାରା ୪୩.୯ ଡିଗ୍ରି ଛୁଇଁଛି। ବାରିପଦା, ସୁନ୍ଦରଗଡ଼, ବରଗଡ଼ରେ ୪୩.୫, ରାଉରକେଲାରେ ୪୩.୧, ତାଳଚେରରେ ୪୩, ବଲାଙ୍ଗୀରରେ ୪୨.୫, ଅନୁଗୁଳରେ ୪୨.୧, କଟକ, ଭୁବନେଶ୍ବରରେ ୪୧.୬, ଟିଟିଲାଗଡ଼ରେ ୪୧.୫, ଚାନ୍ଦବାଲି, କେନ୍ଦୁଝର, ଦେବଗଡ଼, କେନ୍ଦ୍ରାପଡ଼ାରେ ୪୧, ଢେଙ୍କାନାଳରେ ୪୦.୯, ଭବାନୀପାଟଣାରେ ୪୦.୫, ନୂଆପଡ଼ାରେ ୪୦.୪, ଭଦ୍ରକ ଓ ଯାଜପୁରରେ ତାପମାତ୍ରା ୪୦ ଡିଗ୍ରି ରେକର୍ଡ କରାଯାଇଛି।

ad-week
Leave A Reply

Your email address will not be published.