ରାଜଧାନୀରେ କାଳବୈଶାଖୀର ତାଣ୍ଡବ : ଭାଙ୍ଗିଲା ଗଛ, ଉଡ଼ିଲା ଛପର

add-all

ଭୁବନେଶ୍ବର : ଅସମ୍ଭାଳ ତାତି ପରେ ରାଜଧାନୀରେ ତାଣ୍ଡବ ରଚିଛି କାଳବୈଶାଖୀ। ଧୂଳି ଝଡ଼ ହେବା ସହିତ ଭାଙ୍ଗିଛି ବଡ଼ ବଡ଼ ଗଛ ଓ ଉଡିଛି ଛପର ଘର। କିଛି ସମୟ ପାଇଁ ଧୂଳିମୟ ହୋଇଯାଇଛି ରାଜଧାନୀ ଆକାଶ। କାଳବୈଶାଖୀ ପ୍ରଭାବରେ ଜନ ଜୀବନ ଏକ ପ୍ରକାର ଠପ୍‌ ହୋଇଯାଇଛି।
ଆଜି ପୂର୍ବାହ୍ନରେ ରାଜଧାନୀ ଭୁବନେଶ୍ୱରରେ ଅସମ୍ଭାଳ ତାତି। ଘରୁ ବାହାରିବା କଷ୍ଟକର ହୋଇଥିଲା। ବ୍ୟସ୍ତବହୁଳ ରାଜଧାନୀର ରାସ୍ତାରେ ଡହଡହ ଖରା ଅସମ୍ଭାଳ ସ୍ଥିତି ସୃଷ୍ଟି କରିଥିଲା।
ତେବେ ଅପରାହ୍ନ ପ୍ରାୟ ୪.୧୫ ମିନିଟ୍‌ରେ ହଠାତ୍‌ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ପ୍ରବଳ ବେଗରେ ବହିଥିଲା ପବନ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିଥିଲା। ଧୂଳି ଝଡ଼ ମଧ୍ୟ ହୋଇଥିଲା। କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିଲା। ଟିଣ ଓ ଆଜବେଷ୍ଟସ୍‌ ଛପର ବି ଉଡ଼ି ଯାଇଥିଲା।
କାଳବୈଶାଖୀର ପ୍ରଭାବ ଭୁବନେଶ୍ୱରର ରାଜମହଲ, ଖଣ୍ଡଗିରି, ବମିଖାଲ୍‌, ପଟିଆ, ଡମଣା, ଓଲଡ୍‌ ଟାଉନ୍‌, ଶିଖଣଜଚଣ୍ଡୀ ପ୍ରମୁଖ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ଯାହାଫଳରେ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଇଥିଲା। ଅନେକ ସ୍ଥାନରେ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଓଲଟି ପଡ଼ିଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।
କାଳବୈଶାଖୀର ପ୍ରଭାବ କେବଳ ଭୁବନେଶ୍ୱରରେ ଅନୁଭୁତ ହୋଇନାହିଁ। କଟକ ସହର ସମେତ ଉପକଣ୍ଠ ରଘୁନାଥପୁରରେ ମଧ୍ୟ ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.