ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ: କଳାରେ ୭୮.୮୮ ଓ ଧନ୍ଦାମୂଳକରେ ପାସ୍ ହାର ୬୭.୪୮ ପ୍ରତିଶତ

add-all

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ କଳା ବିଭାଗରେ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ ପିଲା ଅର୍ଥାତ ୭୮.୮୮ ପ୍ରତିଶତ ପାସ୍‌ କରିଛନ୍ତି। ଚଳିତ ବର୍ଷ କଳା ବିଭାଗରେ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ ପିଲା ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୨,୭୮୨, ଦ୍ବିତୀୟ ଶ୍ରେଣୀରେ ୩୨,୪୬୧ ଓ ତୃତୀୟ ଶ୍ରେଣୀରେ ସର୍ବାଧିକ ୧,୧୬,୧୭୯ ଉତ୍ତୀର୍ଣ୍ଣ ହୋଇଛନ୍ତି।

କଳା ବିଷୟରେ ପାସ୍‌ ହାରରେ ପୁଣି ଥରେ ପୁଅଙ୍କୁ ଝିଅମାନେ ପଛରେ ପକାଇଛନ୍ତି। ଝିଅମାନଙ୍କ ପାସ୍‌ ହାର ୮୫.୬୬ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ୍‌ ହାର ୭୦.୪୩ ପ୍ରତିଶତ। ସେହିପରି ଧନ୍ଦାମୂଳକରେ ପାସ୍‌ହାର ୬୭.୪୮ ପ୍ରତିଶତ ରହିଛି। ଧନ୍ଦାମୂଳକ ବିଷୟରେ ୬୪.୨୩ ପ୍ରତିଶତ ପୁଅ ଓ ୭୧.୧୦ ପ୍ରତିଶତ ଝିଅ ପାସ୍‌ କରିଛନ୍ତି। ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୮୪.୯୭ ପ୍ରତିଶତ ପିଲା ପାସ୍‌ କରିଛନ୍ତି। ନବରଂଗପୁର ଜିଲ୍ଲାର ପାସ୍‌ ହାର ହେଉଛି ୭୦.୭୪ ପ୍ରତିଶତ।

ଗୁରୁବାର ଅପରାହ୍‌ଣ ୪ଟାରେ ଭୁବନେଶ୍ବରସ୍ଥିତ ପରିଷଦର ମୁଖ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହୋଇଯାଇଛି। ଏହାପରେ ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟ୍‌ରେ ସେମାନଙ୍କ ଫଳ ଜାଣିପାରିବେ। ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷା ଫଳ ତଥ୍ୟ ଉପଲବ୍ଧ ହେବ।

ad-week
Leave A Reply

Your email address will not be published.