ରେସଲରଙ୍କ ବିରୋଧରେ ହେଟସ୍ପିଚ୍‌ ଅଭିଯୋଗ: କୋର୍ଟରେ ଏମିତି ଉତ୍ତର ରଖିଲା ଦିଲ୍ଲୀ ପୁଲିସ୍‌

add-all

ନୂଆଦିଲ୍ଲୀ : କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କୁ ନେଇ ବଡ଼ ଖବର ଆସିଛି। ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ହୋଇଥିବା ଆବେଦନ ପରେ ଆଜି ଦିଲ୍ଲୀ ପୁଲିସ ଗୋଟିଏ କୋର୍ଟରେ ଆକ୍ସନ ଟେକେନ ରିପୋର୍ଟ ବା ଏଟିଆର ଦାଖଲ କରିଛି।
ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ସବୁ ଆଣିଥିଲେ ଓ ଘୃଣା ସୃଷ୍ଟି କରିବା ଭଳି ବୟାନ ଦେଇଥିବା ଆବେଦନକାରୀ ଦାବି କରିଥିଲେ। ଏପରି ଆବେଦନ ପରେ ଅଭିଯୋଗକାରୀ ଦେଇଥିବା ଭିଡିଓକୁ ପୁଲିସ୍‌ ଭଲ ଭାବେ ସମୀକ୍ଷା କରିଥିଲା।
ଏହି ସମୟରେ ରେସଲମାନେ କୌଣସି ପ୍ରକାରର ବିବାଦୀୟ ନାରା କିମ୍ବା ଘୃଣା ସୃଷ୍ଟି କରିବା ଭଳି ବୟାନ ଦେଇ ନଥିବା ସ୍ପଷ୍ଟ ହୋଇଛି। ତେଣୁ ପୁଲିସ୍‌ ଏଟିଆର ରିପୋର୍ଟ ଦାଖଲ କରି ଉକ୍ତ ଆବେଦନକୁ ଖାରଜ କରିବାକୁ ଅନୁରୋଧ କରିଛି।
କୋର୍ଟ ଜୁଲାଇ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ମେ’ ୨୫ରେ କୋର୍ଟ ଅଭିଯୋଗ ଉପରେ ପୁଲିସ୍‌ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ନେଇଛି, ତା’ର ରିପୋର୍ଟ ଦାଖଲ କରିବାକୁ କହିଥିଲେ।
ଅଟଳ ଜନ ପାର୍ଟିର ସଭାପତି ବାମ ବାମ ମହାରାଜ ନୌହାତିୟା ହିଁ ରେସଲରଙ୍କ ବିରୋଧରେ ଆବେଦନ କରିଛନ୍ତି। ଏଥିରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଓ ଭିନେଶ ଫୋଗଟଙ୍କ ନାଁ ରହିଛି।

ad-week
Leave A Reply

Your email address will not be published.