ସମୁଦ୍ର କୂଳରେ ବାପାଙ୍କ ଆଗରେ ପୁଅକୁ ଖାଇଗଲା ସାର୍କମାଛ

add-all

ନୂଆଦିଲ୍ଲୀ: ଲୋକେ ଆତଙ୍କିତ ହୋଇ ଚାହିଁଥିବା ବେଳେ ଇଜିପ୍‌ଟ୍‌ର ହୁର୍‌ଘାଡ଼ାରେ ଥିବା ଏକ ଲୋକପ୍ରିୟ ସମୁଦ୍ର ତଟ ରିସର୍ଟରେ ଜଣେ ୨୩ ବର୍ଷିୟ ରୁଷୀୟ ପର୍ଯ୍ୟଟକଙ୍କୁ ଗୋଟାଏ ସାର୍କମାଛ ଖଣ୍ଡିଆଖାବରା କରି ମାରି ଖାଇ ଦେଇଥିବା କଥା ‘ଦି ଡେଲି ମେଲ୍‌’ ରିପୋର୍ଟ କରିଛି।
ସାମାଜିକ ଗଣମାଧ୍ୟରେ ପ୍ରସାରଣ ହେଉଥିବା ଉକ୍ତ ଘଟଣାର ଭିଡିଓରେ ଦେଖାଯାଉଛି, ଯୁବକଜଣକ କୂଳକୁ ଉଠି ଆସିବାକୁ ଚେଷ୍ଟା କରୁଥିବା ବେଳେ ସାର୍କ ମାଛ ତାଙ୍କୁ ଥରକୁ ଥର ପାଣି ଭିତରକୁ ଟାଣି ନେଉଛି ଓ ସେ ବାପା ବାପା ବୋଲି ଚିତ୍କାର କରୁଛନ୍ତି।
ଗୁରୁବାର ଦିନ ସମୁଦ୍ରରେ ପହଁରିବାକୁ ବାହାରିଥିବା ଉକ୍ତ ଯୁବକ ହେଉଛନ୍ତି ଭ୍ଲାଦିମିର୍‌ ପୋପୋଭ୍‌। ପାଣିରେ ତାଙ୍କୁ ଗୋଟାଏ ‘ଟାଇଗର୍‌ ସାର୍କ’ ଆକ୍ରମଣ କରୁଥିବା ବେଳେ ବିବ୍ରତ ହୋଇପଡ଼ିଥିବା ତାଙ୍କ ପ୍ରେମିକା କୌଣସି ମତେ ସମୁଦ୍ରରୁ ଉଠି ଆସିଥିଲେ।ସମୁଦ୍ର କୂଳରୁ ଏହି ଭୟାବହ ଦୃଶ୍ୟର ଭିଡିଓ ଉତ୍ତୋଳନ ଚାଲିଥିବା ବେଳେ ଆତଙ୍କରେ ଚାହିଁ ରହିଥିବା ଲୋକମାନଙ୍କ ମଧ୍ୟରେ ଥିଲେ ଉକ୍ତ ଯୁବକଙ୍କର ବାପା। ସାର୍କ କବଳରେ ପଡ଼ି ଯୁବକଜଣକ ‘ପାପା’ ବୋଲି ଚିତ୍କାର କରୁଥିବା ମଧ୍ୟ ଶୁଣାଯାଉଛି। କିନ୍ତୁ, ପୁଅ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ କରି ସହାୟତା ପାଇଁ ଚିତ୍କାର କରୁଥିବା ବେଳେ ବାପା ଅସହାୟ ହୋଇ ଠିଆହୋଇଥିଲେ।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, କ୍ଷଣିକରେ ଏସବୁ ଘଟିଗଲା। ଉଦ୍ଧାରକାରୀମାନେ ମଧ୍ୟ ତତ୍ପରତା ଦେଖାଇଥିଲେ। କିନ୍ତୁ କୌଣସି କାରଣରୁ ହଠାତ୍‌ ମୋର ମନେହେଲା ସେଇଟା ଗୋଟାଏ ସାର୍କମାଛ। ତୁରନ୍ତ ମୁଁ ପାଣିରୁ ଉଠିଆସି ଚିତ୍କାର କଲି: ସାର୍କ, ସାର୍କ, ସାର୍କ! ନିଜକୁ ସମ୍ଭାଳ! କିନ୍ତୁ, କେହି କିଛି ବୁଝିପାରିଲେ ନାହିଁ।

ad-week
Leave A Reply

Your email address will not be published.