ବାଲେଶ୍ୱର ଟ୍ରେନ୍‌ ଟ୍ରାଜେଡ଼ି: ଦୁର୍ଘଟଣାଗ୍ରସ୍ତ ବଗିରୁ ବାହାରିଲା ଗନ୍ଧ, ଯାଞ୍ଚ ବେଳେ ବାହାରିଲା ୩ ଟନ୍‌ ଅଣ୍ଡା

add-all

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ରେଳ ଦୁର୍ଘଟଣା ପରେ ପଡ଼ିଥିବା ଏକ ବଗିରୁ ପ୍ରବଳ ଗନ୍ଧ ବାହାରିବା ଘଟଣାର ଖୋଳତାଡ଼ ହୋଇଛି। ଗନ୍ଧ ବାହାରୁଥିବା ବଗିରେ କୌଣସି ମୃତଦେହ ଥିବା ଆଶଙ୍କା କରାଯାଉଥିଲା। ହେଲେ ଯାଞ୍ଚ ବେଳେ ଏହା ମୃତଦେହ ନୁହେଁ, ଅଣ୍ଡାରୁ ଗନ୍ଧ ଆସୁଥିବା ଜଣାପଡ଼ିଛି। ଏନେଇ ସୂଚନା ଦେଇଛନ୍ତି ଦ.ପୂ ରେଳପଥ ମୁଖ୍ୟ ଲୋକ ସଂପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ॥

ସେ କହିଛନ୍ତି, ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇ ପଡ଼ିଥିବା ବଗିରୁ ଦୁର୍ଗନ୍ଧ ବାହାରୁଥିବା ନେଇ ଅଭିଯୋଗ ପରେ ଯାଞ୍ଚ ଟିମ୍ ଦ୍ୱାରା ତନଖି କରାଯାଇଥିଲା। ଗନ୍ଧ ଆସିବା ପରେ ଏନ୍‌ଡିଆରଏଫ୍, ଓଡ୍ରାଫ୍ ଓ ପୁଲିସ ମିଳିତ ଯାଞ୍ଚ କରିଥିଲେ। ଯାଞ୍ଚରେ ଏହା ମୃତଦେହ ଯୋଗୁ ନୁହେଁ ବରଂ ଆଣ୍ଡା ପୋଚା ହୋଇଯାଇଥିବାରୁ ଆସୁଥିବା ଜଣାପଡ଼ିଥିଲା।  ତେବେ କୌଣସିଠାରେ ବି ଆଉ ମୃତଦେହ ନଥିବା ସ୍ପଷ୍ଟ ହୋଇଛି। ଯଶୱନ୍ତପୁର ଏକ୍ସପ୍ରେସ ପାର୍ସଲ ଭ୍ୟାନରେ ପ୍ରାୟ ୩ ଟନ୍ ଆସୁଥିଲା । ସେହି ଅଣ୍ଡା ପଚିଯାଇ ଦୁର୍ଗନ୍ଧ ବାହାରୁଥିଲା । ପାର୍ସଲ ଭ୍ୟାନରେ ଥିବା ୩ ଟ୍ରାକ୍ଟର ପଚା ଅଣ୍ଡାକୁ ବାହାର କରାଯାଇଛି। ଏହା ବାଙ୍ଗାଲୁରୁରୁ ହାୱଡା ଯାଉଥିଲା।

ad-week
Leave A Reply

Your email address will not be published.