ନବବଧୂକୁ ହତ୍ୟା ଅଭିଯୋଗ

add-all

ଦଶରଥପୁର:ପାଦରୁ ଅଳତା ଲିଭିନାହିଁ, ହାତରୁ ମେହେନ୍ଦି ଛାଡ଼ିନାହିଁ, ସ୍ୱାମୀର ସୁଖ ଶାଶୁ ଶ୍ୱଶୁରଙ୍କ ସ୍ନେହ କଣ ଜାଣିନାହିଁ, ହେଲେ ଚାଲିଯାଇଛି ଜଣେ ନବବିବାହିତ ବଧୂର ଜୀବନ। ହଁ  ଅଳକୁଣ୍ଡ ଥାନା ବରିକୁଳ ଠାକୁରବାଡ଼ି ଗ୍ରାମର ପରେଶ ଚନ୍ଦ୍ର ଦାଶ ମଙ୍ଗଳପୁର ଥାନା ମଙ୍ଗଳପୁର ପଞ୍ଚାୟତ ଖଜୁରୀମାଳ ଗାଁର ଭୀମସେନ ପଣ୍ଡାଙ୍କ ସାନ ପୁଅ ବିଶ୍ୱଜିତ ପଣ୍ଡା (୩୦)ଙ୍କ ସହ ତାଙ୍କ ଝିଅ ମଧୁସ୍ମିତାଙ୍କ ବାହାଘର ଗତ ମଇ ମାସ ୨୮ତାରିଖରେ ବୈଦିକ ରୀତିନୀତିରେ କରାଇଥିଲେ।

ଝିଅକୁ ନେଇ ଦେଖିଥିଲେ କେତେ ସ୍ବପ୍ନ,ଝିଅ ନୂଆ ସଂସାର ଗଢ଼ିବ ଶାଶୁ ଘରେ ଯାଇ ଶାଶୁ ଶଶୁରଙ୍କ ଗେଲ୍ହା ବୋହୂ ହେଇ ରହିବ। କିନ୍ତୁ ବାପା ଦେଖିଥିବା ସବୁ ସ୍ବପ୍ନ ଆଜି ଧୂଳିସାତ ହୋଇଯାଇଛି। ନୂଆ ସଂସାର ଗଢ଼ିବ କଣ ତାଙ୍କ ଝିଅ ଆଜି କୋକେଇରେ ଶୋଇଛି। ସ୍ୱାମୀର ସୁଖ ଶାଶୂ ଶଶୁର ସ୍ନେହ ପାଇବା ଆଗରୁ ଦୁନିଆ ଛାଡ଼ି ଦେଇଛି, ସେପଟେ ମଧୁସ୍ମିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ମଧୁସ୍ମିତାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଛି। ଆମ ଝିଅ ମରିବ କାହିଁକି ତାକୁ ମାରିଦିଆଯାଇଛି। ତା ସ୍ୱାମୀ ବିଶ୍ୱଜିତ ତାକୁ ମାରିଦେଇଛି। ଏଭଳି ଅଭିଯୋଗ ପରେ ମଧୁସ୍ମିତାଙ୍କ ସ୍ୱାମୀ ବିଶ୍ୱଜିତଙ୍କୁ ଏବେ ପୁଲିସ ଗିରଫ କରିଛି।

ଅତିରିକ୍ତ ତହସିଲଦାର ଠାକୁର ରଂଜିତ ଦାସ, ମଙ୍ଗଳପୁର ଆଇଆଇସି ପବିତ୍ର ମହାରଣାଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ତଦନ୍ତ କରିଛନ୍ତି। ଏହାସହ ଶବ ବ୍ୟବଚ୍ଛେଦ ପାଇଁ ମଧୁସ୍ମିତାଙ୍କ ମର ଶରୀରକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.