ଭଗବାନ ହନୁମାନ ଆଦିବାସୀ ଥିଲେ ବୋଲି କହିଲେ କଂଗ୍ରେସ ବିଧାୟକ

add-all

ନୂଆଦିଲ୍ଲୀ : ଭଗବାନ ହନୁମାନ ଆଦିବାସୀ ଥିଲେ ବୋଲି ମଧ୍ୟପ୍ରଦେଶର ପୂର୍ବତନ ଜଙ୍ଗଲ ମନ୍ତ୍ରୀ ତଥା କଂଗ୍ରେସର ଗନ୍ଧୱାନି ବିଧାୟକ ଉମାଙ୍ଗ ସିଙ୍ଘହର କହିଛନ୍ତି। ଆଦିବସୀ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ବିର୍ଷା ମୁଣ୍ଡାଙ୍କ ୧୨୩ତମ ଶ୍ରାଦ୍ଧ ବାର୍ଷିକରେ ବିଧାୟକ ଉମାଙ୍ଗ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି, “ଭଗବାନ ରାମଙ୍କୁ ଆଦିବାସୀମାନେ ହିଁ ଲଙ୍କାକୁ ନେଇ ଥିଲେ। କିଛି ଲୋକ ବହିରେ ଲେଖିଛନ୍ତି ଯେ ସେମାନେ ବାନର ସେନା ଥିଲେ। ତେବେ ସେମାନେ ବାନର ନଥିଲେ। ସେମାନେ ଆଦିବାସୀ ଥିଲେ। ସେମାନେ ଜଙ୍ଗଲରେ ରହୁଥିଲେ। ଭଗବାନ ହନୁମାନ ମଧ୍ୟ ଜଣେ ଆଦିବାସୀ ଥିଲେ। ଆମେ ସେମାନଙ୍କ ବଂଶଧର ବୋଲି ଆଜି ଗର୍ବିତ।”
ତେବେ ଉମାଙ୍ଗଙ୍କ ଏପରି ବୟାନକୁ ବିଜେପି ସହଜରେ ଗ୍ରହଣ କରିପାରି ନାହିଁ। ବିଜେପି ମୁଖପାତ୍ର ହିତେଶ ବାଜପାଇ ଟ୍ୱିଟ କରି କହିଛନ୍ତି ଯେ “ସେମାନେ ହନୁମାନଜୀଙ୍କୁ ଭଗବାନ ଭାବେ ବିଚାର କରୁ ନାହାନ୍ତି। ହନୁମାନଜୀଙ୍କୁ ହିନ୍ଦୁମାନେ ପୂଜା କରନ୍ତୁ ବୋଲି ସେମାନେ ଚାହାନ୍ତି ନାହିଁ।
ସେମାନେ ହନୁମାନଜୀଙ୍କୁ ଅପମାନିତ କରିଛନ୍ତି। କ’ଣ ଏହି ବ୍ୟକ୍ତି ଜଣଙ୍କ କଂଗ୍ରେସର ପୂର୍ବତନ କ୍ୟାବିନେଟ ସଦସ୍ୟ ନୁହନ୍ତି, ଯାହାଙ୍କ ବିରୋଧରେ ଦୁଷ୍କର୍ମ ଓ ଯୌନ ନିର୍ଯାତନାର ଅଭିଯୋଗ ଆସିଛି?
କ’ଣ ଏହି ବ୍ୟକ୍ତି ଜଣଙ୍କ ଗିରଫ ଭୟରେ ପଳାୟନ କରି ନଥିଲେ? କ’ଣ ଭଗବାନ ହନୁମାନଙ୍କ ପାଇଁ ଏହା କଂଗ୍ରେସର ବିଚାର? କ’ଣ କଂଗ୍ରେସ କ୍ୟାଥଲିକ ପାଦ୍ରୀଙ୍କ ଭଳି ଭାଷା କହୁଛି, ଯେଉଁମାନେ ଧର୍ମାନ୍ତରୀକରଣ କରନ୍ତି?” ସେ ଏହି ଟ୍ୱିଟକୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟ୍ୟାଗ କରିଛନ୍ତି।

ad-week
Leave A Reply

Your email address will not be published.