କେରଳରୁ ହଜ୍‌ ଯାତ୍ରା; ବର୍ଷେ କାଳ ଏକୁଟିଆ ଚାଲିଲେ ଯୁବକ

add-all

ତ୍ରିଭେନ୍ଦ୍ରମ : ଜୀବନରେ ଥରେ ହଜ୍‌ ଯାତ୍ରା କରିବାକୁ ପ୍ରତି ମୁସଲମାନ ସମ୍ପ୍ରଦାୟ ଲୋକେ ଆଶାବ୍ୟକ୍ତ କରିଥାନ୍ତି। ମାତ୍ର ଏଥିନିମନ୍ତେ ସୁଦୂର ଭାରତରୁ ପଦ ଯାତ୍ରା କରି ସାଉଦି ଆରବର ମକ୍କାରେ ପହଞ୍ଚିଛନ୍ତି ଜଣେ ଯୁବକ । ଏଥିନିମନ୍ତେ ତାଙ୍କୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଲାଗିଥିବା ବେଳେ ଏହା ମଧ୍ୟରେ ସେ ୮,୬୪୦ କିମି ବାଟ ଏକା ଚାଲି ଚାଲି ଅତିକ୍ରମ କରିଛନ୍ତି । ବାଟରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ବି ମନୋବଳ ଦୃଢ ଥିବାରୁ ଶେଷରେ ସେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛନ୍ତି। ଏହି ଯୁବକଜଣକ ହେଉଛନ୍ତି ସାହିବ ଚୌଟୁର ।
କେରଳର ମାଲାପୁରମ ଜିଲ୍ଲାର ସାହିବ ଗତ ଜୁନ୍‌ ୨ ତାରିଖରେ ମକ୍କା ନିମନ୍ତେ ନିଜ ପଦଯାତ୍ରା ଆରମ୍ଭ କରିଥିଲେ। ପ୍ରାୟ ବର୍ଷେ ପରେ ସେ ଚଳିତ ମାସ ମକ୍କାରେ ପାଦ ଦେଇଛନ୍ତି।
ନିଜ ଯାତ୍ରା ମଧ୍ୟରେ ସାହିବ ପାକିସ୍ତାନ, ଇରାନ, ଇରାମ, କୁଏତ ଆଦି ଦେଶ ଅତିକ୍ରମ କରି ସାଦି ଆରବ ସୀମାରେ ପ୍ରବେଶ କରିଛନ୍ତି। ସାଉଦି ଆରବରେ ପ୍ରବେଶ କରିବା ପରେ ସେ ପ୍ରଥମେ ମୁସଲିମଙ୍କ ପବିତ୍ର ତୀର୍ଥ ସ୍ଥଳୀ ମେଦିନାକୁ ଯାଇଥିଲେ। ସେଠାରେ ସେ ୨୧ ଦିନ ଅତିକ୍ରମ କରିବା ପରେ ମକ୍କା ଅଭିମୁଖେ ଅଗ୍ରସର ହୋଇଥିଲେ। ମେଦିନାରୁ ମକ୍କା ୪୪୦ କିମି ହୋଇଥିବା ବେଳେ ସାହିବ ଚାଲି ଚାଲି ଏହାକୁ ୯ ଦିନରେ ଅତିକ୍ରମ କରିଥିଲେ।
ଏହାପରେ ବିମାନରେ ତାଙ୍କ ମା’ ଯାଇ ସେଠାରେ ପହଞ୍ଚିବା ପରେ ଉଭୟ ହଜ୍‌ କରିଥିଲେ। ସାହିବ ଜଣେ ୟୁଟ୍ୟୁବର ହୋଇଥିବା ବେଳେ ନିଜ ୟୁଜର୍ସଙ୍କୁ ସବୁବେଳେ ନିଜ ଯାତ୍ରା ସମ୍ପର୍କରେ ଅପଡେଟ୍‌ କରୁଥିଲେ।
ଗତ ଜୁନ୍‌ ମାସରେ ସାହିବ କେରଳରୁ ନିଜ ଯାତ୍ରା ଆରମ୍ଭ କରିଥିବା ବେଳେ ବିଭିନ୍ନ ରାଜ୍ୟ ଅତିକ୍ରମ କରି ୱାଘା ବର୍ଡରରେ ପହଞ୍ଚିଥିଲେ। ମାତ୍ର ଟ୍ରାନଜିଟ୍‌ ଭିସା ନ ଥିବାରୁ ସେଠାକାର ଏକ ସ୍କୁଲରେ ତାଙ୍କୁ ମାସେରୁ ଊର୍ଦ୍ଧ୍ୱ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଭିସା ଯୋଗାଡ଼ ହେବା ପରେ ସେ ପାକିସ୍ତାନ ସୀମା ଅତିକ୍ରମ କରିବାକୁ ଅନୁମତି ପାଇଥିଲେ। ଏଥିଯୋଗୁ ତାଙ୍କୁ ଅଧିକ ସମୟ ଲାଗି ଯାଇଥିବା କହିଛନ୍ତି ସାହିବ । ତେବେ ଶେଷରେ ମକ୍କାରେ ପହଞ୍ଚି ହଜ୍‌ କରିଥିବାରୁ ବେଶ୍‌ ଖୁସି ଥିବା କହିଛନ୍ତି।

ad-week
Leave A Reply

Your email address will not be published.