ଶିବସେନା-ବିଜେପି ମେଣ୍ଟରେ ‘ସ୍ବାର୍ଥପର ରାଜନୀତି’ ଚାଲିଛି: ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ

add-all

ମୁମ୍ବାଇ : ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା-ବିଜେପି ମେଣ୍ଟରେ ‘ସ୍ବାର୍ଥପର ରାଜନୀତି’ ଚାଲିଛି ବୋଲି ଶୁକ୍ରବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେ କହିଛନ୍ତି।
ଆଗାମୀ ଲୋକସଭା ନିର୍ବାଚନରେ ଏକନାଥ ସିନ୍ଦେଙ୍କ ଶିବସେନାକୁ ସମର୍ଥନ କରିବେ ନାହିଁ ବୋଲି ରାଜ୍ୟର କଲ୍ୟାଣ-ଦୋମ୍ବିବ୍ଲି ୟୁନିଟ୍‌ର ସ୍ଥାନୀୟ ‘ବିଜେପି’ ନେତାମାନେ ପ୍ରସ୍ତାବନା ଗୃହୀତ କରିବାର ଦିନକ ପରେ ଶ୍ରୀକାନ୍ତ ଏ କଥା କହିଛନ୍ତି।
ଶ୍ରୀକାନ୍ତଙ୍କ କଲ୍ୟାଣ ନିର୍ବାଚନ ମଣ୍ଡଳୀରେ ‘ବିଜେପି’ ନେତା ତଥା କ୍ୟାବିନେଟ୍‌ ମନ୍ତ୍ରୀ ରବୀନ୍ଦ୍ର ଚୱନଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଏହି ପ୍ରସ୍ତାବନା ଗୃହୀତ ହୋଇଥିଲା। ‘ବିଜେପି’ର ଦୋମ୍ବିବ୍ଲି ପୂର୍ବ ମଣ୍ଡଳ ସଭାପତି ନନ୍ଦୁ ଯୋଶୀଙ୍କ ନାମରେ ଯୌନଉତ୍ପୀଡ଼ ମାମଲା ରୁଜୁ କରାଯିବା ପରେ ମହାରାଷ୍ଟ୍ରରେ ମେଣ୍ଟ କରିଥିବା ଏହି ଦୁଇ ରାଜନୈତିକ ଦଳ ମଧ୍ୟରେ ବିବାଦ ଆରମ୍ଭ ହୋଇଛି ବୋଲି କୁହାଯାଉଛି। କିନ୍ତୁ, ରାଜନୈତିକ ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ଶିବସେନା ନେତାମାନେ ଯୋଶୀଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରାଇଥିବା କଥା ସ୍ଥାନୀୟ ‘ବିଜେପି’ ନେତାମାନେ କହିଛନ୍ତି।
ଏହି ପ୍ରସ୍ତାବନା ବିଷୟରେ ପ୍ରତିକ୍ରିୟା ବ୍ୟକ୍ତ କରି ଶ୍ରୀକାନ୍ତ କହିଛନ୍ତି, ୨୦୨୪ରେ ମୋଦୀଙ୍କୁ ପୁଣି ପ୍ରଧାମନ୍ତ୍ରୀ କରାଇବାକୁ ଦଳ ପ୍ରତିବଦ୍ଧ। ଏଥିପାଇଁ ଆମେ କଠିନ ପରିଶ୍ରମ କରିବୁ। କେତେକ ସାମାନ୍ୟ କଥା ପାଇଁ ଦୋମ୍ବିବ୍ଲିରେ କେତେକ ନେତାମାନଙ୍କ ଯୋଗୁଁ ଶିବସେନା-ବିଜେପି ମେଣ୍ଟରେ ସ୍ବାର୍ଥପର ରାଜନୀତି ଚାଲିଛି।
କିନ୍ତୁ, ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ମତାନ୍ତର ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ad-week
Leave A Reply

Your email address will not be published.