ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳ ଚିକିତ୍ସାଧିନ ଅବସ୍ଥାରେ ମୃତ

add-all

ଖୋର୍ଦ୍ଧା: ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳ ଚିକିତ୍ସାଧିନ ଅବସ୍ଥାରେ ମୃତ। ଗୁଳିମାଡରେ ଆହତ ହୋଇ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗୁଳି ତାଙ୍କ ହାତ, ଛାତି ଓ ପିଠିରେ ବାଜିଥିଲା।

ଗତ ୭ ତାରିଖ ରାତିରେ ସାମନ୍ତରାପୁର ଠେଙ୍ଗାହାଟ ଛକରେ ଏକାକି ଠିଆ ହୋଇଥିବା ବେଳେ ଏକ ପିକ୍‌ଅପ ଭ୍ୟାନରେ କିଛି ଦୁର୍ବୃତ୍ତ ଆସି ଅତର୍କିତ ଭାବେ ସୋମନାଥଙ୍କୁ ଗୁଳିମାଡ କରିଥିଲେ। ତାଙ୍କୁ ଗୁରୁ ଅବସ୍ଥାରେ ଖୋର୍ଦ୍ଧା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଭୁବନେଶ୍ୱରରେ ଚିକିତ୍ସା ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଅନ୍ଯପକ୍ଷରେ ଘଟଣାକୁ 4 ଦିନ ବିତିଯାଇଥିଲେବି ପୋଲିସ ହାତ ଖାଲି ପୋଲିସ ଛାନଭିନ ଜାରି ରଖିଛି ବୋଲି କହୁଛନ୍ତି ଖୋର୍ଦ୍ଧା ଏସ୍ସି ।

ad-week
Leave A Reply

Your email address will not be published.