ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାପକ ନିଶାଦ୍ରବ୍ୟ ନଷ୍ଟ କଲା ଏସଟିଏଫ

add-all

ଭୁବନେଶ୍ବର: ନିଶା ବେପାର ବିରୁଦ୍ଧରେ ଏସଟିଏଫ ପକ୍ଷରୁ ଜୋରସୋରରେ ପଦକ୍ଷେପ ନିଆଯାଉଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାପକ ନିଶାଦ୍ରବ୍ୟ ନଷ୍ଟ କଲା ଏସଟିଏଫ ।

ସୂଚନା ଅ୍ନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ୧୪୩୪ଟି କେସରେ ୨୨୦ ଟନ ଗଞ୍ଜେଇ, ୭୮ କେଜି ବ୍ରାଉନସୁଗର ଓ ହେରୋଇନ ନଷ୍ଟ କରିଛି ସ୍ପେଶାଲ ଟାସ୍କଫୋର୍ସ। ପୁଲିସ, ଫରେନସିକ ଟିମ, ପଲ୍ୟୁସନ, ଏକ୍ସାଇଜ,ରେଭେନ୍ୟୁ ବିଭାଗ ଉପସ୍ଥିତିରେ ନଷ୍ଟ ହୋଇଛି ନିଶାଦ୍ରବ୍ୟ। ଏନଡିପିଏସ୍ ଆକ୍ଟ-୧୯୮୫ ଅନୁଯାୟୀ ନିଶାଦ୍ରବ୍ୟକୁ ନଷ୍ଟ କରୁଛି ଏସଟିଏଫ।

ପ୍ରତେକ ଜିଲ୍ଲାରେ ଏ ନେଇ ଡ୍ରଗ୍ ଡିସ୍ପୋଜାଲ୍ କମିଟି ଗଠନ ହୋଇଛି। ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିଶାଦ୍ରବ୍ୟର ମାନ ଯାଞ୍ଚ ହେଉଛି। ୧୦ କୁଇଣ୍ଟାଲରୁ ଅଧିକ ନିଶାଦ୍ରବ୍ୟ ନଷ୍ଟ କରାଗଲେ ଏହାକୁ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ତଦାରଖ କରୁଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗାଇଡଲାଇନ ମୁତାବକ ଏହାକୁ ନିଆଁରେ ପୋଡ଼ାଯାଉଛି। ନଷ୍ଟ ବେଳେ ଏସଏଫଏସଏଲର ସାଇଣ୍ଟିଫିକ ଅଫିସର ମଧ୍ୟ ଉପସ୍ଥିତ ରହୁଛନ୍ତି। ନିଶାଦ୍ରବ୍ୟ ନଷ୍ଟ ପରେ ଏହାର ଏକ ସାର୍ଟିଫିକେଟ ସମ୍ପୃକ୍ତ କୋର୍ଟକୁ ପ୍ରଦାନ କରାଯାଇଛି। ନିଶା ବିରୋଧରେ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ।

ad-week
Leave A Reply

Your email address will not be published.