କୁରାଢ଼ୀ ବେଣ୍ଟର ପିଟିପିଟି ସ୍ତ୍ରୀକୁ ମାରିଲା ସ୍ବାମୀ

add-all

ସୋର: ଘରୋଇ କଳିରୁ କରୁଣ ପରିଣତି । ସ୍ତ୍ରୀକୁ କୁରାଢ଼ୀ ବେଣ୍ଟରେ ପିଟିପିଟି ହତ୍ୟାକଲା ସ୍ୱାମୀ। ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଂଚାୟତ ପାଇକପଡା ଗ୍ରାମର ସିଂହ ସାହିରେ ସ୍ୱାମୀ ରାମଚନ୍ଦ୍ର ସିଂ ଘରୋଇ କଳିକୁ ନେଇ ସ୍ତ୍ରୀ ଶର୍ମିଳା ସିଂ (୩୦) ଙ୍କୁ କୁରାଢ଼ୀ ବେଣ୍ଟରେ ପିଟି ହତ୍ୟା କରିଥିବା ଜଣାଯାଇଛି। ସ୍ୱାମୀ ରାମଚନ୍ଦ୍ର ଡ୍ରାଇଭର ଥିବାବେଳେ ଗାଡି ଚଲାଇ ଅପରାହ୍ନ ୫ଟା ରେ ଘରକୁ ଫେରିଥିଲେ। କୌଣସି କାରଣରୁ ସ୍ତ୍ରୀ ସହିତ କଳି ଲାଗିବାରୁ ରାମଚନ୍ଦ୍ର ରାଗିଯାଇ ଏକ ସାବୁଳରେ ଆକ୍ରମଣ କରୁଥିବା ସମୟରେ ତାଙ୍କର ୨ପୁଅ ବାପା ପାଖରୁ ସାବୁଳ ନେଇ ଯାଇଥିଲେ।

ପରେ ୨ପୁଅଙ୍କୁ ଛେଳି ଆଣିବାକୁ ବାପା ପଠାଇଦେଇଥିବା ବେଳେ ଏହି ସୁଯୋଗରେ ସ୍ୱାମୀ ରାମଚନ୍ଦ୍ର ବେଣ୍ଟରୁ କୁରାଢ଼ି କାଢି ଖାଲି ବେଣ୍ଟରେ ସ୍ତ୍ରୀର ମଥାକୁ ପିଟିବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ସ୍ୱାମୀ ରାମ ସିଂ ଙ୍କୁ ଅଟକ ରଖିଥିବା ଜଣା ଯାଇଛି।

ad-week
Leave A Reply

Your email address will not be published.