ବସ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

add-all

ବେଗୁନିଆ: ବେଗୁନିଆ ବ୍ଲକ ସିମୋର କୁଞ୍ଜବିହାରୀଦେବ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ।ଆଜି ସକାଳୁ ସିମୋର  ଗାଁର ଯୁଗଳ ବେହେରା ରାସ୍ତା କଡରେ ଯାଉଥିବା ବେଳେ କଣ୍ଟିଲୋରୁ ପୁରୀ ଯାଉଥିବା ରେଣୁକା ନାମକ ଘରୋଇ ବସ୍ ଧକ୍କା ଦେଇ ପଳାଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଯୁଗଳଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଡାକ୍ତରଖାନା ନେଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।

ବସଟି ଘଟଣା ସ୍ଥଳରୁ ଫେରାର ହୋଇଯାଉଥିବା ବେଳେ ବାଘମାରୀ ପୋଲିସ ପିଛା କରି ବସଟିକୁ ଅଟକ ରଖିଛି ।ସୂଚନା ମୁତାବକ ମୃତ ଯୁଗଳଙ୍କ ନାତିର ଆଜି  ନିର୍ବନ୍ଧ ହୋଇଥାନ୍ତା। ଏ ନେଇ ସବୁ ପ୍ରସ୍ତୁତି ସରିଥିବା ବେଳେ ଯୁଗଳ ବେଶ୍ ଖୁସି ଥିବା ବେଳେ ସକାଳୁ ସକାଳୁ ଲିଭିଗଲା ଯୁଗଳଙ୍କ ଜୀବନ ଦୀପ।

ad-week
Leave A Reply

Your email address will not be published.