ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ତାରିଖ ଘୋଷଣା ପରେ ବ୍ୟାପକ ହିଂସା

add-all

କୋଲକାତା : ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଥିବା ବେଳେ ଶନିବାର ଦିନ ରାଜ୍ୟରେ ବ୍ୟାପକ ହିଂସା ଉପୁଜିଛି। ଅନେକ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିପାରିନାହାନ୍ତି ଏବଂ ବିଭିନ୍ନ ସ୍ଥାନରେ ବିଡିଓ ଅଫିସ୍‌ ଘେରାଉ କରାଯାଇଛି। ରାଜ୍ୟ ପୁଣିଥରେ ପଞ୍ଚାୟତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ହିଂସା ଦେଖିବା ଆରମ୍ଭ କରିଛି। ଗତକାଲିଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଛି।

ଗତକାଲି ମୁର୍ଶିଦାବାଦରେ ଟିଏମ୍‌ସି, ସିପିଏମ୍‌ ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଯେଉଁ ସଂଘର୍ଷ ଉପୁଜିଥିଲା ତା‌ହା ଆଜି ବି ଜାରି ରହିଛି। ଶନିବାର ଦିନ କଂଗ୍ରେସ ଏବଂ ଏହାର ସହଯୋଗୀ ସିପିଏମ୍‌ ଦଳର କର୍ମୀମାନେ ମୁର୍ଶିଦାବାଦରେ ଟିଏମ୍‌ସି କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଗତକାଲି କଂଗ୍ରେସ କର୍ମୀ ଫୁଲଚାନ୍ଦ ଶେଖ୍‌(୪୫)ଙ୍କୁ ଗୁଳି କରି ହତ୍ୟା କରାଯିବାପରେ ଆଜି ଏହି ହିଂସା ଉପୁଜିଛି। କଂଗ୍ରେସ ଅଭିଯୋଗ କରିଛି ଯେ ତାଙ୍କ ଦଳର କର୍ମୀଙ୍କ ହତ୍ୟା ପଛରେ ଟିଏମ୍‌ସିର ହାତ ଅଛି। ପ୍ରାର୍ଥିପତ୍ର ଦାଖଲର ପ୍ରଥମ ଦିନରେ ହିଁ ଶେଖ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୁର୍ଶିଦାବାଦର ଟିଏମ୍‌ସି ନେତା ବଶିର ମୋଲ୍ଲାଙ୍କ ନିକଟରୁ ଏକ ବନ୍ଧୁକ ଜବତ ହୋଇଛି। ସେ ଗିରଫ ହୋଇଛନ୍ତି ଏବଂ ତାଙ୍କୁ ଥାନାକୁ ନିଆଯାଇଛି।

ମୁର୍ଶିବାବାଦର ଡୋମକଲ ରଣକ୍ଷେତ୍ର ପାଲଟିଛି। ବିରୋଧୀ ଦଳ କର୍ମୀମାନେ ଦାବି କରିଛନ୍ତି ଯେ ଶାସକ ଦଳର ପୋଷା ଗୁଣ୍ଡାମାନେ ସେମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ଟିଏମ୍‌ସି କର୍ମୀ ଏବଂ ବିରୋଧୀ ଦଳର କର୍ମୀମାନେ ପରସ୍ପର ଉପରକୁ ପଥର ମାଡ଼ କରିଛନ୍ତି। ବ୍ୟାପକ ଭଙ୍ଗାରୁଜା ଓ ରାସ୍ତା ଅବରୋଧ ମଧ୍ୟ ସମସ୍ୟା ସୃଷ୍ଟି କରିଛି। ରାଜ୍ୟ କଂଗ୍ରେସ ସଭାପତି ଅଧୀର ରଂଜନ ଚୌଧୁରୀ କହିଛନ୍ତି, ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ ଟିଏମ୍‌ସି ବାହୁବଳ ଦ୍ବାରା ପଞ୍ଚାୟତ ନିର୍ବାଚନ ଜିତିବାକୁ ଚାହୁଛି ଏବଂ ଉକ୍ତ ଘଟଣା ହେଉଛି ଏହାର ବଳିଷ୍ଠ ଉଦାହରଣ।

ad-week
Leave A Reply

Your email address will not be published.