ସବା ତଳ ତାଲା ବାହାରେ ବସିଥିବା ବ୍ୟକ୍ତିଙ୍କ କୋଳରେ ପଡ଼ି ବଞ୍ଚିଗଲା ୪ ତାଲାରୁ ଖସିପଡ଼ିଥିବା ଶିଶୁ

add-all

ମୁମ୍ବାଇ: ବିରାରସ୍ଥିତ ଏକ ଅଟ୍ଟାଳିକାର ୪ ତାଲାରୁ ଖସି ତଳ ତାଲାରେ ବସିଥିବା ଜଣେ ବ୍ୟକ୍ତିଙ୍କ କୋଳରେ ପଡ଼ିଯିବାରୁ ଜଣେ ୪ ବର୍ଷୀୟ ଝିଅ ଅତି ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଯାଇଛି।

ସଂଗୃହୀତ ସୂଚନା ଅନୁସାରେ, ଜୀବଦାନି ଦର୍ଶନ ନାମକ ସେ ଅଟ୍ଟାଳିକାରେ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବାଲ୍‌କୋନିର ମରାମତି କାମ ଚାଲିଥିବାରୁ ରେଲିଙ୍ଗ୍‌ କଢ଼ାଯାଇ ସବୁଜ ରଙ୍ଗର କପଡ଼ା ଘେରାଯାଇଥିଲା।

ଗୁରୁବାର ରାତି ପ୍ରାୟ ୯ଟା ବେଳେ ଦେବଶୀ ସାହାଣୀ ନାମକ ଉକ୍ତ ୪ ବର୍ଷୀୟ ବାଳିକା ତାଙ୍କ ଘରୁ ବାହାରି ବାଡ଼ା କଢ଼ାଯାଇଥିବା ବାଲ୍‌କୋନିରେ ଚାଲବୁଲ କରୁଥିବା ବ‌େଳେ ତା’ର ଗୋଡ଼ ଖସିଯାଇଥିଲା। ଫଳରେ ଘେରାଯାଇଥିବା ସବୁଜ କପଡ଼ାରେ ଗୋଟାଏ ସ୍ଥାନରେ ଥିବା ଫାଙ୍କ ବାଟେ ସେ ତଳକୁ ଖସିପଡ଼ିଲା। ତଳ ତାଲାର (ଗ୍ରାଉଣ୍ଡ୍‌ ଫ୍ଲୋର୍‌) ବାହାରେ ବସିଥିଲେ ୨୮ ବର୍ଷିୟ ଶିବକୁମାର ଜୟସୱାଲ୍‌। ଝିଅଟି ସିଧା ଆସି ତାଙ୍କ କୋଳରେ ପଡ଼ିଲା। ସେତେବେଳେ ତଳ ତାଲାରେ ଥିବା ଅନ୍ୟ ବାସିନ୍ଦାମାନେ ଭାବିଲେ, ବୋଧହୁଏ କିଛି ନିର୍ମାଣ ସାମଗ୍ରୀ ଭାଙ୍ଗି ତଳକୁ ଖସିପଡ଼ିଲା।

ଜୟସୱାଲ୍‌ ଓ ପଡ଼ୋଶୀମାନେ ତୁରନ୍ତ ଝିଅର ବାପାମାଆଙ୍କୁ ଘଟଣା ବିଷୟରେ ସୂଚନା ଦେଇ ତାକୁ (ଝିଅକୁ) ନିକଟସ୍ଥ ଡାକ୍ତରଖାନାକୁ ନେଇଗଲେ। ଡାକ୍ତରଖାନାରେ ତା’ କପାଳରେ ୮ଟି ସିଲାଇ ପଡ଼ିଲା। ଝିଅଟି ପଡ଼ିବା ଯୋଗୁଁ ଜୟସୱାଲ୍‌ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ।

ବିରାର ଥାନାରେ ଉକ୍ତ ଅଟାଳିକାର ନିର୍ମାତା ଓ ଠିକାଦାରଙ୍କ ନାଁରେ ଅବହେଳା ମାମଲା ରୁଜୁ କରାଯାଇଛି।

ad-week
Leave A Reply

Your email address will not be published.