ଅମିତ ଶାହଙ୍କୁ ଷ୍ଟାଲିନଙ୍କ ପ୍ରଶ୍ନ- ଆପଣ କାହିଁକି ମୋଦିଙ୍କ ଉପରେ ରାଗିଛନ୍ତି

add-all

ଚେନ୍ନାଇ : ‘ଆପଣମାନେ କଠିନ ପରିଶ୍ରମ କରନ୍ତୁ ଓ ଭବିଷ୍ୟତରେ ତାମିଲନାଡୁରୁ ଜଣେ ବ୍ୟକ୍ତି ଯେପରି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ, ତାହା ସୁନିଶ୍ଚିତ କରନ୍ତୁ।’ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାମିଲନାଡୁରେ ତାଙ୍କ ଦଳୀୟ କର୍ମୀମାନଙ୍କୁ ଏହିଭଳି କିଛି କଥା କହିଥିଲେ। ଆଉ ତାଙ୍କର ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଡିଏମ୍‌କେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ।
ସେ ଅମିତ ଶାହଙ୍କୁ ବ୍ୟଙ୍ଗ କରି କହିଛନ୍ତି, ମୁଁ ତାଙ୍କ ପରାମର୍ଶକୁ ସ୍ୱାଗତ କରୁଛି। କିନ୍ତୁ ମୁଁ ଜାଣିପାରୁନାହିଁ ସେ ମୋଦିଙ୍କ ଉପରେ କାହିଁକି ରାଗିଛନ୍ତି ? ଷ୍ଟାଲିନ କହିଛନ୍ତି, ଯଦି ଜଣେ ତାମିଲ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ବିଜେପି ଚାହୁଁଛି, ତା’ହେଲେ ତାମିଲିସାଇ ସୁନ୍ଦରରାଜନ (ତେଲେଙ୍ଗାନା ରାଜ୍ୟପାଳ) ଓ ଏଲ୍‌ ମୁରୁଗାନ (କେନ୍ଦ୍ର ମନ୍ତ୍ରୀ)ଙ୍କ ନାଁକୁ ବିଚାରକୁ ନେଉ। ମୁଁ ଭାବୁଛି ଏହି ଦୁଇ ଜଣ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସୁଯୋଗ ପାଇବା କଥା।
କେତେ ଜଣ ବରିଷ୍ଠ ବିଜେପି ନେତାଙ୍କ କହିବା ଅନୁଯାୟୀ, ଦଳୀୟ କର୍ମୀଙ୍କ ସହିତ ରୁଦ୍ଧଦ୍ୱାର ବୈଠକରେ ଅମିତ ଶାହ କହିଥିଲେ ଯେ ତାମିଲନାଡୁର କେ କାମରାଜ ଓ ଜି.କେ ମୂପନାରଙ୍କୁ ପ୍ରଧାନମନ୍ତ୍ରୀ ନକରାଇ ଦେବାରେ ଡିଏମ୍‌କେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତେବେ ଏହାକୁ ଖଣ୍ଡନ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ।
ସେ କହିଛନ୍ତି, ଶାହ ସର୍ବସାଧାରଣରେ ଏହି ଦାବି କରନ୍ତୁ। ତା’ ପରେ ଡିଏମ୍‌କେ ତାଙ୍କୁ ସବିଶେଷ ତଥ୍ୟ ଦେବ।

ad-week
Leave A Reply

Your email address will not be published.