ରାଜଧାନୀରେ ଗଡ଼ିବନି ବାଇକ ଟ୍ୟାକ୍ସି, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

add-all

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବଦଳାଇ ଦେଇଛନ୍ତି ସୁପ୍ରିମକୋର୍ଟ। ରାଜଧାନୀ ଦିଲ୍ଲୀର ରାସ୍ତାରେ ଗଡ଼ିବନି ବାଇକ ଟ୍ୟାକ୍ସି। ରାପିଡୋ, ଓଲା ଓ ଉବେର ଭଳି ସଂସ୍ଥା ରାଜଧାନୀରେ ବାଇକ ଟ୍ୟାକ୍ସି ସେବା ଯୋଗାଉ ଥିଲେ। ଏହାକୁ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଅନୁମତି ଦେଇଥିଲେ।
ତେବେ ଏହି ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି। ଲାଇସେନ୍ସ ପାଇଁ ଉପଯୁକ୍ତ ନୀତି ନ ଆସିବା ଯାଏ ବାଇକ ଟ୍ୟାକ୍ସି ସେବା ଦିଲ୍ଲୀରେ ମିଳିବ ନାହିଁ। ଶୁଣାଣି ବେଳେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଜୁନ ୩୦ ସୁଦ୍ଧା ବାଇକ ଟ୍ୟାକ୍ସି ସେବା ପାଇଁ ନୂଆ ଗାଇଡଲାଇନ ଆସିବ।
ସେହିପରି ଲାଇସେନ୍ସ ପ୍ରଦାନ ପାଇଁ ନିୟମ ପ୍ରଣୟନ କରାଯିବ ବୋଲି ଦିଲ୍ଲୀ ସରକାର କହିଛନ୍ତି। ଅବକାଶକାଳୀନ ବେଞ୍ଚର ବିଚାରପତି ଜଷ୍ଟିସ ଅନିରୁଦ୍ଧ ବୋଷ ଓ ରାଜେଶ ବିନ୍ଦଲ ଅସ୍ଥାୟୀ ଭାବେ ମେ’ ୨୬ରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇଛନ୍ତି।
ହାଇକୋର୍ଟ ବାଇକ ଟ୍ୟାକ୍ସି ସେବାକୁ ଅନୁମତି ଦେବା ସହ ଦିଲ୍ଲୀ ସରକାରଙ୍କୁ ସେବା ଯୋଗାଣକାରୀ କମ୍ପାନୀ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କହିଥିଲେ।
ଏହା ବିରୋଧରେ ଦିଲ୍ଲୀ ସରକାର ସୁପ୍ରିମକୋର୍ଟ ଯାଇଥିଲେ। ଏଥିସହ ଚୂଡ଼ାନ୍ତ ନୀତି ନ ଆସିବା ଯାଏ ଟ୍ୟାକ୍ସି ସେବା ଉପରେ ରୋକ ଲଗାଇବାକୁ କହିଥିଲେ। ଦିଲ୍ଲୀ ସରକାରଙ୍କ ଯୁକ୍ତିକୁ ଗ୍ରହଣ କରି ସୁପ୍ରିମକୋର୍ଟ ବାଇକ ଟ୍ୟାକ୍ସି ଉପରେ ରୋକ ଲଗାଇଛନ୍ତି।

ad-week
Leave A Reply

Your email address will not be published.