୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

add-all

ନୂଆପଡ଼ା: ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଖରିଆର ଏନଏସିର କନିଷ୍ଠ ଯନ୍ତ୍ରୀ ଦେବ ଚନ୍ଦନ ରାଉତ। ସେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଘର ତିଆରି ପରେ ସମାପ୍ତି ପ୍ରମାଣପତ୍ର ଦାଖଲ କରିବା ଏବଂ ହିତାଧିକାରୀଙ୍କୁ ଚୂଡ଼ାନ୍ତ ବିଲ୍ ରିଲିଜ୍ ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟମ୍ ତାଙ୍କୁ ମାଡ଼ି ବସିଥିଲା। ଅଭିଯୁକ୍ତ ଶ୍ରୀ ରାଉତଙ୍କ ଠାରୁ ୧୦ ହଜାର ଟଙ୍କା ଜବତ କରାଯାଇଛି। ଏହି ଚଢଉ ପରେ ନୂଆପଡ଼ା ଜିଲ୍ଲାରେ ଶ୍ରୀ ରାଉତଙ୍କର ଅନ୍ୟ ଦୁଇଟି ସ୍ଥାନରେ ଏକକାଳୀନ ଚଢଉ ଚାଲିଛି।

ଏନେଇ କୋରାପୁଟ ଭିଜିଲାନ୍ସରେ ଏକ ମାମଲା ପଞ୍ଜିକୃତ ହୋଇଛି। ଅଭିଯୁକ୍ତ ଶ୍ରୀ ରାଉତଙ୍କ ବିରୋଧରେ ଅନୁସନ୍ଧାନ ଚାଲିଛି। ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ad-week
Leave A Reply

Your email address will not be published.