ମାଆ ମଙ୍ଗଳାଙ୍କ ପୀଠ କାକାଟପୁରରୁ ଶ୍ରୀକ୍ଷେତ୍ରକୁ ଗଲା ଅଣସର ଫଳ ଭାର

add-all

ଭୁବନେଶ୍ୱର :ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ମହାସ୍ନାନ କରିବା ପରେ ଜ୍ଵରରେ ପୀଡିତ ହୋଇଛନ୍ତି। ଏବେ ମହାପ୍ରଭୁ ଅଣସରରେ ଅଛନ୍ତି। ମାହାପ୍ରଭୁଙ୍କ ସୁସ୍ଥତା ପାଇଁ ତାଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେଉଛି। ଏହାରି ଭିତରେ ମହାପ୍ରଭୁଙ୍କ ଏନ୍ତୁଡିଶାଳ କୁହାଯାଉଥିବା ପୁରୀ ଜିଲ୍ଲା ପ୍ରାଚୀ ନଦୀ ତଟ କାକଟପୁର ଅଞ୍ଚଳର ବିଭିନ୍ନ ମଠ ଓ ଭକ୍ତମାନଙ୍କ ପକ୍ଷରୁ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଶ୍ରୀକ୍ଷେତ୍ରକୁ ଫଳଭାର ଯାଇଛି |

ମହାପ୍ରଭୁଙ୍କ ଏହି ଆଦି କ୍ଷେତ୍ର ବିଶେଷ କରି ଦେଉଳି ମଠ ଓ ବିଶ୍ଵାମିତ୍ର ଆଶ୍ରମରେ ସ୍ଥାନୀୟ ଅଞ୍ଚଳର ଭକ୍ତମାନେ ନିଜ ନିଜ ବାଡି ବଗିଚାରେ ଫଳିଥିବା ସଜନା ଛୁଇଁଠାରୁ ଆରମ୍ଭ ଖଜୁରି, ପଇଡ, ଡାଳିମ୍ବ, ଆମ୍ବ, ପଣସ, କଦଳୀ, ସପୁରି, ନଡିଆ, ପିଜୁଳି ଆଦି ଭିନ୍ନ ଭିନ୍ନ ଫଳଭାର ଏକାଠି କରିଥାଆନ୍ତି। ପରେ ଏକ ସ୍ଵତନ୍ତ୍ର ଗାଡିରେ ଶ୍ରୀକ୍ଷେତ୍ର ପଠାଇଛନ୍ତି। କାହିଁ କେଉଁ କାଳରୁ ଚାଲି ଆସିଥିବା ଏହି ପରମ୍ପରା ବେଶ କିଛି ବର୍ଷ ବନ୍ଦ ରହିବା ପରେ ୨୦୦୦ ମସିହାରୁ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ପୁନଃ ଆରମ୍ଭ କରାଯାଇଛି।

ad-week
Leave A Reply

Your email address will not be published.