ମଣିପୁର ହିଂସା: ଶାନ୍ତି ଆଲୋଚନାକୁ ମୈତୈ ସଂପ୍ରଦାୟର ନା

add-all

ଇମ୍ଫାଲ : ଆଦିବାସୀ ଓ ଅଣ ଆଦିବାସୀ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ଉଠିଥିବା ମଣିପୁରରେ ଶାନ୍ତି ଫେରିବାର ଆଶା ପୁଣି ମଉଳି ଯାଇଛି। ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟାକୁ ଆଗକୁ ନେବା ପାଇଁ କେନ୍ଦ୍ର ସରକାର ଗଠନ କରିଥିବା କମିଟିରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ନାଁ ଥିବାରୁ ଏହାକୁ କୁକି ସଂପ୍ରଦାୟର ଲୋକମାନେ ବିରୋଧ କରିଛନ୍ତି। ସେହିପରି ସଂଖ୍ୟାଗରିଷ୍ଠ ମୈତୈ ସଂପ୍ରଦାୟର ଲୋକମାନେ ଶାନ୍ତି ପ୍ରତିଷ୍ଠା ପାଇଁ ଚାଲିଥିବା ପ୍ରକ୍ରିୟାକୁ ଅଗ୍ରାହ୍ୟ କରିଛନ୍ତି।
ଶାନ୍ତି ପ୍ରତିଷ୍ଠା ପାଇଁ ଗଠନ ହୋଇଥିବା କମିଟିର ସଦସ୍ୟ ଭାବେ ମୈତୈ ସଂପ୍ରଦାୟର ଆବାହକ ଜୀତେନ୍ଦ୍ର ନିଙ୍ଗୋମ୍ବାଙ୍କୁ ସାମିଲ କରାଯାଇଥିଲା। ହେଲେ ଏହାକୁ ମୈତୈ ସିଭିଲ ସୋସାଇଟି ଗ୍ରୁପ ଗ୍ରହଣ କରି ନାହିଁ। ମୈତୈ ଗ୍ରୁପ୍‌ର କହିବା କଥା ଯେ ଉଗ୍ରବାଦୀ ସଂଗଠନ ସହ ସରକାର କରିଥିବା ଚୁକ୍ତିକୁ ଖାରଜ ନ କରିବା ଯାଏ ଶାନ୍ତି ପ୍ରତିଷ୍ଠା ସମ୍ଭବ ନୁହେଁ।
ସରକାର ଉଗ୍ରବାଦୀ ବା ବିଦ୍ରୋହୀ ସଂଗଠନ ସହ ସସପେନସନ ଅଫ ଅପରେସନ କରିଛନ୍ତି। ଏହରକୁ ମୈତୈ ଗ୍ରୁପ ବିରୋଧ କରୁଛି। ଏଥିସହ ନିଶା କାରବାର ଓ ବେଆଇନ ଇମିଗ୍ରେସନ ପ୍ରସଙ୍ଗ ଉପରେ ମଧ୍ୟ ଉପଯୁକ୍ତ ପଦକ୍ଷେପ ନେବାକୁ ଏହି ସଂଗଠନ କହିଛି।
ଜୁନ ୧୦ରେ ମଣିପୁର ସ୍ଥିତିକୁ ଦେଖି ରାଜ୍ୟସ୍ତରୀୟ ଶାନ୍ତି କମିଟି ଗଠନ କରାଯାଇଥିଲା। ଏହାର ମୁଖ୍ୟ ଭାବେ ରାଜ୍ୟପାଳ ଅନୁସୂୟା ଉଇକି ରହିଛନ୍ତି। ଏଥିରେ ୫୧ ଜଣ ଅଂଶିଦାର ରହିଛନ୍ତି। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ, ସାଂସଦ, ମନ୍ତ୍ରୀ, ବିଧାୟକ ଓ ଅନ୍ୟ କିଛି ସଂଗଠନ ଅଛନ୍ତି।
କୁକି ସଂପ୍ରଦାୟର କହିବା କଥା ଶାନ୍ତି କମିଟିର ସଭାପତି ବିନା କୌଣସି ଆଲୋଚନାରେ ବିଭିନ୍ନ ସଂଗଠନ ଓ ମୁଖ୍ୟମନ୍ତ୍ରୀଙ୍କୁ ଏହାର ସଦସ୍ୟ କରିଛନ୍ତି। କମିଟିରେ ମୈତୈ ସଂପ୍ରଦାୟର ୨୫ ଜଣ, କୁକି ସଂପ୍ରଦାୟର ୧୧ ଜଣ ଓ ନାଗା ସଂପ୍ରଦାୟରର ୧୦ ଜଣ ସଦସ୍ୟ ରହିଛନ୍ତି।

ad-week
Leave A Reply

Your email address will not be published.