ରାଜ୍ୟରେ ବିଦ୍ୟୁତ କାଟକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା

add-all

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେଲା ଚାଲିଥିବା ଘନଘନ ବିଦ୍ୟୁତ କାଟକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ ସେ ଗତ ୫ ଦିନ ହେବ ଓଡ଼ିଶାରେ ଅଛନ୍ତି। ବିଦ୍ୟୁତ କାଟକୁ ନେଇ ବିଭାଗୀୟ ମନ୍ତ୍ରୀ, ସଚିବ ଓ ସାଂସଦଙ୍କ ପରସ୍ପର ବିରୋଧୀ ମନ୍ତବ୍ୟ ଦେଉଛନ୍ତି। ଏହା ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ଚରମ ନିର୍ଦଶନ। ଓଡ଼ିଶାରେ ଦୀପ ତଳ ଅନ୍ଧାର ଭଳି ଅବସ୍ଥା। ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହୁଏ,  କିନ୍ତୁ ରାଜ୍ୟରେ  ଅଘୋଷିତ ବିଦ୍ୟୁତ କାଟ ହେଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏତେ କୋଇଲା ଆଉ ଜଳ ଥିବା ପରେ ବି ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା କାରଣରୁ ଗଭର୍ଣ୍ଣାନ୍ସ ଡେଫିସିଟି ଦେଖାଗଲାଣି।

ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କ କାମରେ ନାହାଁନ୍ତି। ଯେଉଁମାନେ ନିଜ ବିଭାଗ ସମ୍ଭାଳିବା କଥା, ସେମାନେ କେବଳ ପ୍ରଚାରରେ ମାତିଲେଣି।

କେନ୍ଦ୍ର ମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କ ‘ଟାଟା’ର ଏଭଳି କାମ ଚଳିବନି ଟୁଇଟକୁ ବି ନାପସନ୍ଦ କରିଛନ୍ତି। ଏନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଯଦି ରାଜ୍ୟର ଶାସନ ମୁଖ୍ୟ କହିବେ ଶାସନ ବ୍ୟବସ୍ଥା ହୁଗୁଳିଗଲା ପରେ ସେଇଟା ଚଳିବନି, ତାହେଲେ କିଏ ଚଳେଇବ? ଏଣେ ଶକ୍ତି ମନ୍ତ୍ରୀ ବିତଣ୍ଡା ଯୁକ୍ତ ବାଢ଼ୁଛନ୍ତି। ଯେଉଁ କମ୍ପାନିକୁ ଚୁକ୍ତି କରି ରାଜ୍ୟ ସରକାର ବିଦ୍ୟୁତ ଯୋଗାଣ ଦାୟିତ୍ୱ ଦେଇଛନ୍ତି, ତାକୁ ସଠକ୍ କ୍ରିୟାନ୍ବୟନ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ।

ad-week
Leave A Reply

Your email address will not be published.