ଜୁଲାଇ ୪ରେ କୁସ୍ତି ମହାସଂଘର ନିର୍ବାଚନ

add-all

ନୂଆଦିଲ୍ଲୀ : ବିବାଦରେ ଥିବା ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ଆସନ୍ତା ଜୁଲାଇ ୪ରେ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ(ଆଇଓଏ) ପ୍ରକ୍ରିୟା ଆରମ୍ଭ କରିଛି।
ନିର୍ବାଚନକୁ ସଂପୂର୍ଣ୍ଣ ନିରପେକ୍ଷ ଓ ସ୍ୱଚ୍ଛତାର ସହ କରିବା ପାଇଁ ଆଇଓଏ ଜମ୍ମୁ-କଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ମହେଶ ମିତ୍ତଲ କୁମାରଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରିଛି।
ଆଇଓଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଭାରତୀୟ କୁସ୍ତି ମହାସଂଘର କାର୍ଯ୍ୟ ନିର୍ବାହୀ କମିଟିର ନିର୍ବାଚନ ପାଇଁ ଆମେ ପ୍ରକ୍ରିୟା ଆରମ୍ଭ କରିଛୁ। ଏଥିପାଇଁ ଆମେ ଆପଣ(ଜଷ୍ଟିସ ମହେଶ ମିତ୍ତଲ କୁମାର)ଙ୍କୁ ମହାସଂଘର ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦେଉଛୁ। ନିର୍ବାଚନ ପାଇଁ ଆପଣ ଜଣେ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦେଇପାରିବେ।”
ଜୁଲାଇ ୪ରେ କୁସ୍ତି ମହାସଂଘର ସଭାପତି ପଦ ଠାରୁ ବିଭିନ୍ନ ପଦବୀ ପାଇଁ ନିର୍ବାଚନ ହେବ। ବର୍ତ୍ତମାନ କୁସ୍ତି ମହାସଂଘର ସଭାପତି ଥିବା ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହ ଯୌନ ନିର୍ଯାତନ ଅଭିଯୋଗରେ ଫସିଛନ୍ତି। ଦେଶ ପାଇଁ ପଦକ ଜିତିଥିବା ମହିଳା ରେସଲରମାନେ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।
ଏହାର ତଦନ୍ତ ଦିଲ୍ଲୀ ପୁଲିସ୍‌ କରୁଥିବା ବେଳେ ଷ୍ଟାଟସ ରିପୋର୍ଟ ଗୁରୁବାର ଟ୍ରାଏଲ କୋର୍ଟରେ ଦାଖଲ କରିବ। ପ୍ରାୟ ଗୋଟିଏ ଦଶନ୍ଧି ହେଲା ବ୍ରିଜ ଭୂଷଣ କୁସ୍ତି ମହାସଂଘର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ପୁଅ ମଧ୍ୟ ଜଣେ ବିଧାୟକ ଓ ସେ ମହାସଂଘର ସଦସ୍ୟ।

ad-week
Leave A Reply

Your email address will not be published.