ହ୍ବାଟ୍ସଆପରେ ମିଳିବ ଭିଡିଓ ମେସେଜ୍ ସୁବିଧା

add-all

ନୂଆଦିଲ୍ଲୀ : ଲୋକପ୍ରିୟ ମେସେଜିଂ ଆପ ହ୍ୱାଟସଆପରେ ଚାଟିଂ କରିବାର ଶୈଳୀ ଏବେ ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି । ହ୍ୱାଟସଆପ ଏକ ଆଶ୍ଚର୍ଯ୍ୟଜନକ ଫିଚର ଆଣିବାକୁ ଯାଉଛି । ଏହି ଫିଚରକୁ ୟୁଜର୍ସମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ । ଏକ ରିପୋର୍ଟ ଅନୁଯାୟୀ, ହ୍ୱାଟ୍ସଆପ୍ କିଛି ବଛା ବଛା ଉପଭୋକ୍ତାଙ୍କ ପାଇଁ ନୂଆ ବିଟା ସଂସ୍କରଣରେ ଭିଡିଓ ମେସେଜିଂ ଫିଚର ପରୀକ୍ଷାମୂଳକଭାବେ ଆରମ୍ଭ କରିଛି । ଫଳରେ ଟେକ୍ସଟ୍ ଓ ଅଡିଓ ପରେ ୟୁଜର୍ସ ଏବେ କ୍ଷୁଦ୍ର ଭିଡିଓ ଆକାରରେ ମେସେଜ ପଠାଇପାରିବେ ।
ପରେ ଏହାକୁ ସଂପୂର୍ଣ୍ଣଭାବେ ଲାଗୁ କରାଯିବ । ଏହି ଫିଚରର ସମ୍ପୂର୍ଣ୍ଣ ରୋଲ୍ ଆଉଟ୍ ହେବା ପରେ ହ୍ୱାଟ୍ସଆପର ପ୍ରାୟ ୨.୨୪ ବିଲିୟନ ୟୁଜର୍ସ ଚାଟ୍ ସମୟରେ ୬୦ ସେକେଣ୍ଡ ପର୍ଯ୍ୟନ୍ତ କ୍ଷୁଦ୍ର ଭିଡିଓ ମେସେଜ୍ ପଠାଇପାରିବେ। କ୍ଷୁଦ୍ର ଭିଡିଓ ମେସେଜ୍ ଫିଚର ସାହାଯ୍ୟରେ ମେସେଜିଂ ଆପ୍ ଉନ୍ନତ ଯୋଗାଯୋଗ ସୁବିଧା ପ୍ରଦାନ କରିବାକୁ ଚାହୁଁଛି ।
କହିରଖୁଛୁ ଯେ ହ୍ୱାଟ୍ସଆପ ଏବେ ବି ଭିଡିଓ ଫର୍ମାଟକୁ ସପୋର୍ଟ କରିଥାଏ, କିନ୍ତୁ ଏଥିପାଇଁ ପ୍ରଥମେ ଭିଡିଓକୁ ସେଭ କରିବାକୁ ପଡିବ । ଏହାପରେ ହିଁ ଭିଡିଓକୁ ସେୟାର କରାଯାଇପାରିବ । ଅପରପକ୍ଷରେ କ୍ଷୁଦ୍ର ଭିଡିଓ ବାର୍ତ୍ତା ପଠାଇବା ସହଜ ଓ ଦ୍ରୁତ ହେବ। ରିପୋର୍ଟ ଅନୁଯାୟୀ, ମାଇକ୍ ଆଇକନ୍ ଭଳି ଚାଟରେ ଏକ କ୍ୟାମେରା ଆଇକନ୍ ରହିବ, ଯେଉଁଥିରେ କ୍ଲିକ୍ କରି ଚାଟିଂ ସମୟରେ ସିଧାସଳଖ ସର୍ଟ ଭିଡିଓ ମେସେଜ୍ ସେୟାର କରାଯାଇପାରିବ ।

ad-week
Leave A Reply

Your email address will not be published.