ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଖାରଜ

add-all

ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍‌ ଅଭିଯୋଗ ମାମଲା। ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଛି। ୧୫ ଦିନିଆ ଜାମିନ ଆବେଦନ ଖାରଜ କଲେ ସିବିଆଇ କୋର୍ଟ। ମା’ ଦେହ ଅସୁସ୍ଥ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲା ଖଗେଶ୍ୱର।

ବ୍ଲାକବେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହଯୋଗୀ ହେଉଛନ୍ତି ଖଗେଶ୍ୱର। ଆଉ ଖଗେଶ୍ୱରଙ୍କ ସେକେଣ୍ଡ ହ୍ୟାଣ୍ଡ୍ କାର୍ ବିଜନେସ୍‌ରେ ଚାନ୍ଦ-ନାଗ ଦମ୍ପତି ଅର୍ଥ ବିନିଯୋଗ କରିଥିବା ଅଭିଯୋଗ ହେଉଥିଲା। ଏହାର ଖୋଳତାଡ଼ କରି ଖଗେଶ୍ୱରଙ୍କ ଭିଙ୍ଗାରପୁର କୁରାଙ୍ଗ ଶାସନ ସ୍ଥିତ ଗଙ୍ଗେଶ୍ୱର ଘରେ, ଭୁବନେଶ୍ୱର ହଂସପାଳ ଓ ରସୁଲଗଡ଼ ସ୍ଥିତ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ସୋ ରୁମ୍‌ରେ ଇଡି ରେଡ୍ କରିଥିଲା। ପରେ ଖଗେଶ୍ୱରକୁ ଉଠାଇ ଆଣି ଘନଘନ ଜେରା କରିଥିଲା। ତା’ପରେ ତାକୁ ଗିରଫ କରିଥିଲା। ଏବେ ଖଗେଶ୍ୱର ଜେଲ୍‌ରେ ରହିଛି।

ad-week
Leave A Reply

Your email address will not be published.