ଜାନୁଆରୀରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା…

add-all

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଆସନ୍ତାବର୍ଷ ଜାନୁଆରୀ ମାସରେ ଏହି ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତିଷ୍ଠା ସମାରୋହର ନେତୃତ୍ୱ ନେବେ ବୋଲି ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି।
ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଚଳିତ ବର୍ଷ ଶେଷ ଭାଗରେ ବିଶାଳ ଦୀପ ଉତ୍ସବ ଆୟୋଜନ କରାଯିବ। ମନ୍ଦିର ସହର ଅଯୋଧ୍ୟାରେ ୨୧ ଲକ୍ଷ ଦୀପ ଲାଗିବ।ଯୋଗୀ କହିଛନ୍ତି, “ଯେତେବେଳେ ୫୦୦ ବର୍ଷ ପରେ ରାମ ଲଲା ନିଜ ମନ୍ଦିରରେ ବିରାଜମାନେ ହେବ ସେତେବେଳେ ପୂରା ଦୁନିଆ ଏଥିପ୍ରତି ଆକର୍ଷିତ ହେବ।”
ମୋଦି ସରକାରଙ୍କ ଶାସନର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ଆୟୋଜନ କରିଥିବା ମହାସମ୍ପର୍କ ଅଭିଯାନରେ ଯୋଗ ଦେଇ ଯୋଗୀ ଏପରି କହିଛନ୍ତି।
୨୦୨୪ ମସିହା ଜାନୁଆରୀ ୨୨ରେ ଭବ୍ୟ ରାମ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବ। ଏହାର ଉଦଘାଟନ କରିବାକୁ ମନ୍ଦିର ଟ୍ରଫ ପକ୍ଷରୁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା।
ଏହି ରିପୋର୍ଟ ପରେ ହିଁ ଯୋଗୀ ଏପରି ବୟାନ ଦେଇଛନ୍ତି। ମୋଦିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପିଏମଓ ଅଫିସ ନେବ।

ad-week
Leave A Reply

Your email address will not be published.