ସଂସଦ ଭବନ ଭିତରେ ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା ସାଂସଦ

add-all

ନୂଆଦିଲ୍ଲୀ: ଜଣେ ଅଷ୍ଟ୍ରେଲିଆ ମହିଳା ସାଂସଦ ବଡ଼ବଡ଼ ପଦବୀରେ ଥିବା ପୁରୁଷଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ‘ସଂସଦ ଭବନରେ ମୁଁ ଯୌନ ନିର୍ଯାତନାର ଶିକାର ହୋଇଛି। ମୁଁ ସମ୍ପୂର୍ଣ୍ଣ ଭୟଭୀତ ଅଛି। ଏହି କୋଠା, ଏହି ସ୍ଥାନ ମହିଳାଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ ବୋଲି ମୁଁ ପ୍ରତି ମୁହୂର୍ତ୍ତରେ ଅନୁଭବ କରିଛି।’
ଆଖିରେ ଲୁହ ଭରି ନୀର୍ଦଳୀୟ ସାଂସଦ ଲିଡିଆ ଥୋର୍ପ ଜଣେ ସାଥୀ ସିନେଟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି, ‘ମୋର ବିରୋଧରେ ‌‌ଯୌନ ଟିପ୍ପଣୀ ଦେଇଛନ୍ତି। ସଂସଦ ଭିତରେ ଥିବା ଶିଢ଼ିରେ ମୋତେ ଘେରି ଯାଇଥିଲେ। ସମ୍ବେଦଶୀଳ ଅଙ୍ଗ‌ରେ ସ୍ପର୍ଶ କରିଥିଲେ। ଅଶ୍ଳୀଳ କଥା କହିଥିଲେ।
ଏହି ସବୁର ଶିକାର ହେବାପରେ ଅଫିସରୁ ବ‌ାହାରିବା ସମୟରେ ମୋତ ଭୟ ଲାଗିଥାଏ। ମୁଁ କାମ ସରିବା ପରେ ଅଫିସ ଦ୍ବାର ଅଳ୍ପ ଖୋଲିଥାଏ। ଯେମିତି ଦେଖେ ସେହି ସ୍ଥାନରେ କେହି ନାହାନ୍ତି। ମଉକା ଦେଖି ଘଟଣାସ୍ଥଳରୁ ଚାଲି ଆସିଥାଏ। ଏବିଷୟରେ ସେଠା‌ରେ ଅନେକ ସଂସଦ ଅବଗତ ଅଛନ୍ତି। କିନ୍ତୁ ନିଜ କ୍ୟାରିୟର ପାଇଁ ସବୁଜାଣି ବି ଲୋକେ ଚୁପ ରହିଛନ୍ତି।
ଲିବରଲ ପାର୍ଟି ସଂସଦ ଲିଡିଆ ଥୋର୍ପଙ୍କ ଠାରୁ ଏଭଳି ଅଭିଯୋଗ ଶୁଣିବା ପରେ ସଂସଦ ଡେଭିଡ ବ୍ୟାନଙ୍କୁ ନିଲମ୍ବନ କରି ଦେଇଛି।

ad-week
Leave A Reply

Your email address will not be published.