ଆଗୁଆ ନିର୍ବାଚନ ହେବା ନେଇ ଗୁଜବ କରୁଛନ୍ତି ନୀତୀଶ : ବିଜେପି

add-all

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିର୍ଦ୍ଧାରିତ ସମୟ ପୂର୍ବରୁ ଲୋକସଭା ନିର୍ବାଚନ ହୋଇପାରେ ବୋଲି ବୁଧବାରଦିନ ଆଶଙ୍କା ପ୍ରକାଶ କରିଥିଲେ ଓ ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନୀତୀଶ କୁମାରଙ୍କ ଏହି ବୟାନର ଜବାବ ଦେଇଛି ବିଜେପି । ଗୁରୁବାର ଦିନ ବିଜେପି ମୁଖପାତ୍ର ନିଖିଲ ଆନନ୍ଦ କହିଛନ୍ତି ଯେ ନୀତୀଶ କୁମାର ସମୟ ପୂର୍ବରୁ ଲୋକସଭା ନିର୍ବାଚନ ହେବ ବୋଲି ଗୁଜବ ପ୍ରଚାର କରୁଛନ୍ତି । ସେ ଜଣେ ଗୁଜବର ମାଷ୍ଟର ।
ବିଜେପି ମୁଖପାତ୍ର ତାଙ୍କ ବିବୃତିରେ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଚମତ୍କାର ପ୍ରଚାର ଚଳାଇଛନ୍ତି। ଦୁର୍ନୀତିଗ୍ରସ୍ତ ଲାଲୁଙ୍କ କୋଳରେ ବସି ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି। ତାଙ୍କ ସ୍ୱପ୍ନ କେବେ ପୂରଣ ହେବ ନାହିଁ । ନୀତୀଶ ତାଙ୍କ ଅବସର ଯୋଜନା ପ୍ରସ୍ତୁତ କରିଛନ୍ତି। ଖୁବଶୀଘ୍ର ତେଜସ୍ୱୀ ଯାଦବଙ୍କୁ ସିଏମ କରିବାକୁ ପଡିବ ।

ବୁଧବାରଦିନ ପାଟନା ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ନୀତୀଶ କୁମାର ଅଧିକାରୀମାନଙ୍କୁ ଶୀଘ୍ର କାମ ଶେଷ କରିବାକୁ କହିଥିଲେ। ନୀତୀଶ କୁମାର କହିଥିଲେ “ଆପଣ କହୁଛନ୍ତି ଯେ ଆମେ ଜାନୁଆରୀ ୨୦୨୪ ସୁଦ୍ଧା ଏହା କରିବୁ, କିନ୍ତୁ ଆମେ ଆପଣଙ୍କୁ ଅନୁରୋଧ କରିବୁ ଯେ ଆପଣ ଏହା ଶୀଘ୍ର କରନ୍ତୁ । ଏହା ଯେତେ ଶୀଘ୍ର ହେବ, ସେତେ ଭଲ ହେବ, କାରଣ ନିର୍ବାଚନ କେବେ ହେବ ତାହା କେହି ଜାଣନ୍ତି କି? ଆସନ୍ତା ବର୍ଷ ନିର୍ବାଚନ ହେବ ବୋଲି କିଛି ଧାର୍ଯ୍ୟ ଅଛି କି (ହୋଇପାରେ ତା ପୂର୍ବରୁ ନିର୍ବାଚନ ବିଗୁଲ ବାଜିପାରେ) ? ତେଣୁ ଶୀଘ୍ର କାମ କରନ୍ତୁ ।“

ad-week
Leave A Reply

Your email address will not be published.