କୋଚିଂ ସେଣ୍ଟରରେ ଲାଗିଗଲା ନିଆଁ

add-all

ନୂଆଦିଲ୍ଲୀ : ଉତ୍ତର-ପଶ୍ଚିମ ଦିଲ୍ଲୀର ମୂଖାର୍ଜୀ ନଗରରେ ଏକ କୋଚିଂ ସେଣ୍ଟରରେ ଆଜି ନିଆଁ ଲାଗିଯାଇଛି। ଏଥିରେ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ନେଇ ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ବେଳେ ସେମାନେ ଆହତ ହୋଇଥିଲେ।
ପ୍ରାଥମିକ ସୂଚନା ଅନୁଯାୟୀ, ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଥିଲା। ସୂଚନା ପାଇ ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୧୧ଟି ଦମକଳ ଗାଡ଼ି ପହଞ୍ଚିଥିଲା।
ଅଗ୍ନିଶମ ବାହିନୀ ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ କୋଚିଂ ସେଣ୍ଟରର ଝରକା ଦେଇ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିଲା। ଝରକା ଦେଇ ଦଉଡ଼ି ମାଧ୍ୟମରେ ପିଲାମାନଙ୍କୁ ଉଦ୍ଧାର କରାଯାଇଥିଲା।
ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି, ନିଆଁ ଏତେ ବ୍ୟାପକ ନଥିଲା। ଏକ ଇଲେକ୍ଟ୍ରିକ୍ ମିଟର ପାଖରେ ନିଆଁ ଲାଗିଥିଲା। ଖବର ପାଇବା ପରେ ୧୧ଟି ଦମକଳ ବାହିନୀକୁ ସେଠାକୁ ପଠାଯାଇଥିଲା। ନିଆଁ ଆୟତ୍ତ ହୋଇସାରିଛି।

ad-week
Leave A Reply

Your email address will not be published.