ନିଶାସେବନ ବର୍ଜନର ବାର୍ତ୍ତା ନେଇ ଝାରସୁଗୁଡ଼ାରୁ ଭୁଟାନ ପର୍ଯ୍ୟନ୍ତ ପଦଯାତ୍ରା

add-all

ସୋର: ପ୍ରତିଦିନ ଶାରୀରିକ ବ୍ୟାୟାମ ଓ ନିଶା ସେବନ ବର୍ଜନ କରି ସୁସ୍ଥ ଓ ନିରାମୟ ଜୀବନଯାପନର ବାର୍ତ୍ତା ନେଇ ଜଣେ ୬୬ ବର୍ଷୀୟ ବୃଦ୍ଧ ୩ ହଜାର କିମି ପଦଯାତ୍ରାର ଲକ୍ଷ୍ୟ ନେଇ ଝାରସୁଗୁଡ଼ାରୁ ଭୁଟାନ ଅଭିମୁଖେ ବାହାରିଛନ୍ତି। ସେ ହେଉଛନ୍ତି ଝାରସୁଗୁଡା ଦୁର୍ଲଗା ଗ୍ରାମର ଅଭିରାମ ଶତପଥୀ (୬୬)। ଅଭିରାମ ପୂର୍ବରୁ ୨୦୨୧ମସିହାରେ ଏହି ବାର୍ତ୍ତା ନେଇ ଝାରସୁଗୁଡ଼ାରୁ ପୁରୀ ହୋଇ ଦିଲ୍ଲୀ ପର୍ଯ୍ୟନ୍ତ ୨୫୪୪ କିମି  ରାସ୍ତାକୁ ପଦଯାତ୍ରାରେ ୨ ମାସ ୨୦ ଦିନର ସମ୍ପୂର୍ଣ୍ଣ କରିଥିଲେ।  ପ୍ରତିଦିନ ଶାରୀରିକ ବ୍ୟାୟାମ କରିବା ସହିତ ନିଶା ସେବନ ବର୍ଜନ କରି ସୁସ୍ଥ ରହିବାର ବାର୍ତ୍ତା ନେଇ ଏବେ ବାହାରିଛନ୍ତି ଭୁଟାନ ଅଭିମୁଖେ।

ଗତ ମଇ ମାସ ୨୫ ତାରିଖରେ ଝାରସୁଗୁଡ଼ାରୁ ବାହାରି ଜନ୍ମସ୍ଥାନ କଟକ ସାଲେପୁର ନେମାଳ ହୋଇ ୨୦ ଦିନ ମଧ୍ୟରେ ୬୦୦ କିମି ଅତିକ୍ରମ କରି ଗତକାଲି ସନ୍ଧ୍ୟାରେ ସୋରରେ ପହଞ୍ଚିଥିଲେ। ସୋର ଥାନାରେ ରାତ୍ରି ବିତାଇବାର ବ୍ୟବସ୍ଥା କରିବା ସହିତ ତାଙ୍କ ଖାଦ୍ୟ ପାନୀୟର ବ୍ୟବସ୍ଥା କରିଛନ୍ତି ସୋରର କିଛି ସ୍ବେଚ୍ଛାସେବୀ ଓ ସ୍ଥାନୀୟ ଲୋକେ। ତେବେ ତାଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ   ୩ରୁ ୪ ମାସ ସମୟ ଲାଗିବ ବୋଲି କହିଛନ୍ତି ଅଭିରାମ। ତାଙ୍କର ଏହି ପଦଯାତ୍ରାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ad-week
Leave A Reply

Your email address will not be published.