ପ୍ରେମିକ ସଙ୍ଗେ ‘ବ୍ରେକ୍‌ଅପ୍‌’ ହେବାରୁ ହଷ୍ଟେଲ୍‌ରେ ଫାଶୀ ଲଗାଇ ମଲେ ‘ଏମ୍‌ବିବିଏସ୍‌’ ଛାତ୍ରୀ

add-all

ମୋଦିନଗର: ଗୁରୁବାର ଦିନ ଉତ୍ତର ପ୍ରଦେଶର ମୋଦିନଗରସ୍ଥିତ ଏକ ହଷ୍ଟେଲ୍‌ରେ ଜଣେ ‘ଏମ୍‌ବିବିଏସ୍‌’ ଛାତ୍ରୀ ‘ସିଲିଙ୍ଗ୍‌’ ଫ୍ୟାନ୍‌ରେ ଫାଶୀ ଲଗାଇ ମରିଥିବା କଥା ପୁଲିସ କହିଛି।

ମୃତା ତୃତୀୟବାର୍ଷିକୀ ଡାକ୍ତରୀ ଛାତ୍ରୀ ହେଉଛନ୍ତି ୨୪ ବର୍ଷୀୟ ଦିବ୍ୟାଜ୍ୟୋତି। କନ୍ନୌଜ ଜିଲ୍ଲାରୁ ଆସି ମୋଦିନଗରର ସୂର୍ଯ୍ୟ ଏନ୍‌କ୍ଲେଭ୍‌ କଲୋନିରେ ଏକ ଘରୋଇ ହଷ୍ଟେଲ୍‌ରେ ଜ୍ୟୋତି ସାଥୀମାନଙ୍କ ସହିତ ରହୁଥିଲେ।

ପୁଲିସ କହିବା ଅନୁସାରେ, ଅପରାହ୍ଣରେ ହଷ୍ଟେଲ୍‌ ସାଥୀମାନେ ଦିବ୍ୟାଙ୍କ ରୁମ୍‌କୁ ଯାଇ ଦେଖିଲେ, ଭିତରପଟୁ କବାଟ ବନ୍ଦ ଅଛି। ସେମାନେ କବାଟରେ ‘ଠକ୍‌’ ‘ଠକ୍‌’ କଲେ, କିନ୍ତୁ, ଜବାବ ମିଳିଲା ନାହିଁ। ଦିବ୍ୟାଙ୍କ ସହିତ ଯୋଗାଯୋଗ କରିବାକୁ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକାଧିକ କଲ୍‌ କରି ମଧ୍ୟ ସାଥୀମାନେ ବିଫଳପ୍ରଯତ୍ନ ହେଲେ।

ପରେ ସେମାନେ ହଷ୍ଟେଲ୍‌ ମାଲିକ ମନୋଜ କୁମାରଙ୍କୁ ଖବର ଦେବାରୁ ସେ ଆସି କୋଠରିର ପଛ କବାଟ ଭାଙ୍ଗି ଭିତରକୁ ପଶି ଦେଖିଲେ ଜ୍ୟୋତି ସିଲିଙ୍ଗ୍‌ ଫ୍ୟାନ୍‌ରେ ଫାଶୀ ଦେଇଛନ୍ତି।

ତାଙ୍କ ରୁମ୍‌ରୁ ମିଳିଥିବା ‘ସୁସାଇଡ୍‌ ନୋଟ୍‌’ରୁ ଜଣାପଡୁଛି ଯେ, ପ୍ରେମିକଙ୍କ ସହିତ ‘ବ୍ରେକ୍‌ଅପ୍‌’ ହେବାରୁ ସେ ଜୀବନ ହରାଇଛନ୍ତି।

ପୁଲିସ ଜ୍ୟୋତିଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା କଥା ଡେପୁଟି ପୁଲିସ କମିସନର୍‌ ରବି କୁମାର ଗଣମାଧ୍ୟମକୁ କହିଛନ୍ତି।

ad-week
Leave A Reply

Your email address will not be published.