ଥରକେ ମହାକାଶକୁ ୪୧ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରି ନୂଆ ରେକର୍ଡ କଲା ଚୀନ୍‌

add-all

ବେଜିଙ୍ଗ୍: ଗୁରୁବାର ଦିନ ଏକକ ଅଭିଯାନରେ ମହାକାଶକୁ ୪୧ଟି ସାଟେଲାଇଟ୍‌ (କୃତ୍ରିମ ଉପଗ୍ରହ) ଉତ୍‌କ୍ଷେପଣ କରି ଚୀନ୍‌ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଥିବା କଥା ନିଉଜ୍‌ ଏଜେନ୍‌ସି ‘ସିନ୍‌ହୁଆ’ ରିପୋର୍ଟ କରିଛି।

ସ୍ଥାନୀୟ ସମୟ ଅପରାହ୍ଣ ୧.୩୦ରେ ସାନିସି ପ୍ରଦେଶ ଅନ୍ତର୍ଗତ ‘ତାଇୟୁଆନ୍‌ ସାଟେଲାଇଟ୍‌ ଲଞ୍ଚ୍‌ ସେଣ୍ଟର୍‌’ରେ ଉତ୍‌‌କ୍ଷେପଣ କରାଯାଇଥିବା ରକେଟ୍‌ରେ ଉକ୍ତ ସାଟେଲାଇଟ୍‌ ସବୁ ମହାକାଶକୁ ପଠାଯାଇଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଏହି ସାଟେଲାଇଗୁଡ଼ିକ ମୁଖ୍ୟତଃ ବ୍ୟାବସାୟିକ ‘ରିମୋର୍ଟ ସେନ୍‌ସିଙ୍ଗ୍‌ ସର୍ଭିସ୍‌’ ଏବଂ ସେ ସଂକ୍ରାନ୍ତ ‘ଟେକ୍ନୋଲୋଜି’ ଯାଞ୍ଚ ସେବା ଯୋଗାଇ ଦେବ। ଏହି ସାଟେଲାଇଟ୍‌ଗୁଡ଼ିକ ମଧ୍ୟରୁ ୩୬ଟି ହେଉଛି ‘ଜିଲିନ୍‌-୧’ ସିରିଜ୍‌ର। ‘ଜିଲିନ୍‌-୧’ ହେଉଛି ଚୀନ୍‌ ନିଜେ ବିକଶିତ କରିଥିବା ସର୍ବପ୍ରଥମ ବ୍ୟାବସାୟିକ ‘ରିମୋଟ୍‌ ସେନ୍‌ସିଙ୍ଗ୍‌ ସାଟେଲାଇଟ୍‌ ସିଷ୍ଟମ୍’। ଏହା ହେଉଛି ଚୀନ୍‌ ‘ଲଙ୍ଗ୍‌ ମାର୍ଚ ୨ଡି ରକେଟ୍‌ ସିରିଜ୍‌’ର ୪୭୬ତମ ଉଡ଼ାଣ।

ଗୁରୁବାରର ଉତ୍‌କ୍ଷେପଣ ପରେ ମହାକାଶରେ ଚୀନ୍‌ର ‘ଜିଲିନ୍‌-୧’ ସାଟେଲାଇଟ୍‌ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି ବୋଲି ‘ସିନ୍‌ହୁଆ’ ରିପୋର୍ଟ କରିଛି। ୨୦୧୫ରେ ଚୀନ୍‌ ପ୍ରଥମ ‘ଜିଲିନ୍‌-୧’ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିଥିଲା। ଏହାର ଓଜନ ଥିଲା ୪୨୦ କିଲୋଗ୍ରାମ୍। କିନ୍ତୁ, ଗତ ୮ ବର୍ଷ ମଧ୍ୟରେ ଚୀନ୍‌ ଏହି ସାଟେଲାଇଟ୍‌ର ଓଜନ ମାତ୍ର ୨୨ କିଲୋଗ୍ରାମ ହ୍ରାସ କରିବାରେ ସମର୍ଥ ହୋଇଛି।

ad-week
Leave A Reply

Your email address will not be published.