ଚିକିତ୍ସା ଅବହେଳାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

add-all

କେନ୍ଦ୍ରାପଡ଼ା:  ଚିକିତ୍ସା ଅବହେଳାରୁ କେନ୍ଦ୍ରାପଡ଼ା  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ଖରିନାସୀ ଗାଁର ଆଦିତ୍ୟ ନାରାୟଣ ରାୟଙ୍କ ସ୍ତ୍ରୀ ରିଦ୍ଧି ରାୟଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଗତ ୧୪ ତାରିଖ ଦିନ ତାଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ।

୧୫ ତାରିଖ ଅପରାହ୍ନ ସାଢେ ଚାରିଟାରେ ସିଜରିଆନ କରାଯାଇ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତେବେ ସେହିଦିନ ଭୋର୍ ପ୍ରାୟ ସାଢେ ଚାରିଟାରେ ରିଦ୍ଧିଙ୍କର ମୃତ୍ୟୁ ହୋଇଯାଇଥିଲା। ରାତିରେ ଡିଉଟିରେ ଥିବା ଡାକ୍ତର ଏବଂ ନର୍ସଙ୍କ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ହୋଇଥିବା ପରିବାର ଲୋକେ ସଦର  ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ ମେଡିକାଲ କର୍ମଚାରୀ ତାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। ସେମାନେ ୩ ହଜାର ଟଙ୍କା ଦେଇଛନ୍ତି। ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ad-week
Leave A Reply

Your email address will not be published.