ଶିକାରୀ ଗୁଳିରେ ଫରେଷ୍ଟର ମୃତ

add-all

କରଞ୍ଜିଆ: ଶିକାରୀ ଗୁଳିରେ ଫରେଷ୍ଟର ମୃତ । ଶିମିଳିପାଳରେ ପୁଣି ମାତିଲେ ଶିକାରୀ । ଉପର ବାରାକାମୁଡ଼ା ରେଞ୍ଜ ଫରେଷ୍ଟର ମାଟି ହାଁସଦା ମୃତ । ପାଟ୍ରୋଲିଂ ବେଳେ ଗୁଳି କରିଥିଲେ ଶିକାରୀ । ଗୁରୁତର ଅବସ୍ଥାରେ ଫରେଷ୍ଟରଙ୍କୁ କରଞ୍ଜିଆ ଚିକିତ୍ସାଳୟ ନିଆଯାଇଥିଲା । ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର । ଘଟଣା ପରେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଆରମ୍ଭ କରିଛି ।

ପୂର୍ବରୁ ଗତ ମାସ ୨୨ ତାରିଖରେ ଶିମିଳିପାଳରେ ଶିକାରୀଙ୍କ ଗୁଳିମାଡ଼ରେ ଫରେଷ୍ଟଗାର୍ଡ ବିମଲ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା। ୨୨ ତାରିଖ ସଂଧ୍ୟାରେ ଫରେଷ୍ଟ ଗାର୍ଡ ବିମଲ ଜେନା ବାଙ୍ଗିରିପୋଷି ରେଞ୍ଜ ଚାକିଡି ବିଟ୍‌ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ୨୦ରୁ ଅଧିକ ଶିକାରୀ ଦୁଇଟି ବାରହା, ତିନିଟି କୁଟୁରା ଶିକାର କରି ଫେରୁଥିବା ବେଳେ ବନ ବିଭାଗର ପାଟ୍ରୋଲିଂ ଟିମ ପିଛା କରିବାରୁ ପାଲଟା ଗୁଳି ଚାଳନା କରିଥିଲେ ଶିକାରୀ । ଘଟଣାସ୍ଥଳରେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନା ଟଳିପଡ଼ିଥିଲେ ।

ad-week
Leave A Reply

Your email address will not be published.