ଭିଜିଲାନ୍ସ ଜାଲରେ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ

add-all

ବାରିପଦା: ଆଜି ସକାଳେ ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଞ୍ଜ ଭିଜିଲାନ୍ସ ପକ୍ଷରୁ ବାରିପଦା ଉପଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ବରିଷ୍ଠ କିରାଣୀ ରାମଚନ୍ଦ୍ର ସେନଙ୍କ କୁଳିଅଣା ବ୍ଲକ ପଢିଆରୀପୁର ସ୍ଥିତ ବାସଭବନ, ରଘୁନାଥଗଞ୍ଜ ସ୍ଥିତ ଶ୍ରୀରାମ ଭବନ, ଉପଜ଼ିଲ୍ଲାପାଳ କାର୍ଯ୍ୟାଳୟ, ତାଙ୍କ ଶ୍ୱଶୁର ଘର ଏବଂ ଶାମାଖୁଣ୍ଟା ବ୍ଲକ ଅଧୀନ ଖଣ୍ଡିଆସ୍ଥିତ ବାସଭବନ ଓ ସମଖୁଣ୍ଟା ତହସିଲଦାରଙ୍କ କାର୍ଯ୍ୟାଳୟରେ ତାଙ୍କ ପୁଅଙ୍କ ଅଫିସ୍ ରୁମରେ ଏକକାଳୀନ ଚଢ଼ଉ ଜାରି କରାଯାଉଛି।

ଶ୍ରୀ ସେନ ବାରିପଦା ଉପଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ବେଳେ ତାଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ ଜାରି ରହିଛି। ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସ, ବାରିପଦାଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟର କ୍ଷମତା ବଳରେ ଏହି ଚଢଉ ହେଉଛି। ଏଥିରେ ଜଣେ ଅତିରିକ୍ତ ଏସପି, ୫ ଡିଏସପି, ୭ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି।

ad-week
Leave A Reply

Your email address will not be published.