ବୁର୍ଖା ଖୋଲିବା ପରେ ପରୀକ୍ଷା ଦେବାକୁ ମିଳିଲା ଅନୁମତି; ବିବାଦରେ ମନ୍ତ୍ରୀଙ୍କ ମନ୍ତବ୍ୟ

add-all

ହାଇଦ୍ରାବାଦ : ହାଇଦ୍ରାବାଦର କେଭି ରଙ୍ଗା ରେଡ୍ଡୀ ଡିଗ୍ରୀ କଲେଜକୁ ଶୁକ୍ରବାର କିଛି ମୁସ୍‌ଲିମ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ। ସେମାନେ ସମସ୍ତେ ବୁର୍ଖା ପିନ୍ଧିଥିଲେ। ତେଣୁ ସେମାନଙ୍କୁ ପରୀକ୍ଷା ହଲ୍‌କୁ ପ୍ରବେଶ କରିବାକୁ ଅନୁମତି ମିଳି ନଥିଲା। ସେମାନଙ୍କୁ ବୁର୍ଖା ଖୋଲିବାକୁ କଲେଜର ଅଧିକାରୀମାନେ କହିଥିଲେ। ଅଧାଘଣ୍ଟା ବାହାରେ ଅପେକ୍ଷା କରିବା ପରେ ଛାତ୍ରୀମାନେ ବୁର୍ଖା ଖୋଲି ଦେଇଥିଲେ। ତା’ପରେ ସେମାନଙ୍କୁ ପରୀକ୍ଷା ହଲ୍‌ ଭିତରକୁ ପ୍ରବେଶ ଅନୁମତି ମିଳିଥିଲା।
ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ତେଲେଙ୍ଗାନା ଗୃହ ମନ୍ତ୍ରୀ ମହମ୍ମଦ ମହମୁଦ ଅଲୀ ଦେଇଥିବା ମନ୍ତବ୍ୟ ଆହୁରି ବିବାଦୀୟ ହୋଇପଡ଼ିଛି। ସେ କହିଛନ୍ତି, ଆମର ନୀତି ସମ୍ପୂର୍ଣ୍ଣ ଭାବେ ଧର୍ମନିରପେକ୍ଷ ନୀତି। କିଏ କ’ଣ ପିନ୍ଧିବେ, ତାହା ସଂପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ ଅଧିକାର। କିନ୍ତୁ ସମସ୍ତେ ହିନ୍ଦୁ ବା ମୁସ୍‌ଲିମ୍ ସଂସ୍କୃତି ଅନୁଯାୟୀ ପୋଷାକ ପିନ୍ଧିବା ଉଚିତ୍। ଇଉରୋପୀୟ ସଂସ୍କୃତିକୁ ଆପଣାଇବା ଉଚିତ ନୁହେଁ। ଆମେ ଆମର ପୋଷାକ ସଂସ୍କୃତିକୁ ଆପଣାଇବା ଉଚିତ। ବିଶେଷ କରି ମହିଳାମାନେ ଛୋଟ ପୋଷାକ ପିନ୍ଧିବା ଉଚିତ ନୁହେଁ। ସମସ୍ୟା ସେତେବେଳେ ସୃଷ୍ଟି ହୁଏ, ଯେତେବେଳେ ମହିଳମାନେ ଛୋଟ ପୋଷାକ ପିନ୍ଧନ୍ତି। ସେମାନେ ନିଜ ଶରୀରର ଅଧିକରୁ ଅଧିକ ଅଂଶ ଘୋଡ଼ାଇ ରଖିବା ଉଚିତ।
କେଭି ରଙ୍ଗା ରେଡ୍ଡୀ କଲେଜରେ ଯେଉଁ ଘଟଣା ଘଟିଛି, ତା’ର ସମୀକ୍ଷା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ମନ୍ତ୍ରୀ ମହମ୍ମଦ ମହମୁଦ ଅଲୀ କହିଛନ୍ତି।

ad-week
Leave A Reply

Your email address will not be published.