୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତେଲେଙ୍ଗାନା ବିଶ୍ବବିଦ୍ୟାଳୟର କୁଳପତି ଗିରଫ

add-all

ନୂଆଦିଲ୍ଲୀ: ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତେଲେଙ୍ଗାନା ବିଶ୍ବବିଦ୍ୟାଳୟର କୁଳପତି ଦାଚେପଲ୍ଲୀ ରବିନ୍ଦେର ଶନିବାର ଏସିବି (ଆଣ୍ଟି କରପସନ ବ୍ୟୁରୋ) ହାତରେ ଧରାପଡିଛନ୍ତି। ଏକ ଏଜୁକେଶନାଲ ସୋସାଇଟିର ଜଣେ ସଭ୍ୟଙ୍କ ନିକଟରୁ ପରୀକ୍ଷା କେନ୍ଦ୍ର ମଞ୍ଜୁରକୁ ନେଇ ସେ ଏହି ଟଙ୍କା ମାଗିଥିବା ଏସିବି ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି।
ନିଜାମାବାଦର ଆରମର ସହରରେ ରହିଛି ଶ୍ରୀ ସିରିଡି ସାଇ ଏଜୁକେଶନାଲ ସୋସାଇଟି। ଉକ୍ତ ସୋସାଇଟିକୁ ପରୀକ୍ଷା କେନ୍ଦ୍ର ମଞ୍ଜୁର କରିବାକୁ ଉକ୍ତ ସୋସାଇଟିର ସଭାପତି ଡି.ଶଙ୍କର ଆବେଦନ କରିଥିଲେ। ତେବେ ପରୀକ୍ଷା କେନ୍ଦ୍ର ମଞ୍ଜୁର ପାଇଁ ରବିନ୍ଦେର ୫୦ ହଜାର ଟଙ୍କା ଦାବି କରିଥିଲେ। ତେବେ ଏହି ଅଭିଯୋଗ ଏସିବିରେ ପହଞ୍ଚିବା ପରେ ତଦନ୍ତ କରାଯାଇ ରବିନ୍ଦେରଙ୍କୁ ଧରାଯାଇଥିଲା। ହାଇଦ୍ରାବାଦ ତରନଟକାରେ ଥିବା ତାଙ୍କ ବାସଭବନରେ ଚଢ଼ଉ କରାଯାଇ ତାଙ୍କ ଆଲମିରାରେ ଥିବା ୫୦ ହଜାର ଟଙ୍କା ଉଦ୍ଧାର କରାଯାଇଛି। ହାଇଦ୍ରାବାଦର ଏକ ସ୍ବତନ୍ତ୍ର ଅଦାଲତରେ ତାଙ୍କୁ ହାଜର କରାଯାଇଛି।

ad-week
Leave A Reply

Your email address will not be published.