ଓଡ଼ିଶାକୁ ମିଳିବ ୪୦୦ ମେଗାଓ୍ଵାଟ ବିଜୁଳି

add-all

ଭୁବନେଶ୍ୱର : ଆସନ୍ତା ୧୦ ଦିନ ଯାଏ ଓଡ଼ିଶାକୁ ମିଳିବ ୪୦୦ ମେଗାଓ୍ଵାଟ ବିଜୁଳି । କେନ୍ଦ୍ରର ଅଣଆବଣ୍ଟିତ କୋଟାରୁ ଓଡ଼ିଶାକୁ ୧୦ଦିନ ଯାଏ ଦୈନିକ ୪୦୦ ମୋଗାଓ୍ଵାଟ ବିଦ୍ୟୁତ ମିଳିବ । ରାଜ୍ୟ ଶକ୍ତି ବିଭାଗର ଚିଠି ପରେ କେନ୍ଦ୍ର ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧୫ ଯାଏ ଦୈନିକ ୪୫୦ ମେଗାଓ୍ଵାଟ୍‌ ବିଜୁଳି ଯୋଗାଇଦେବାକୁ କେନ୍ଦ୍ର ଶକ୍ତି ମନ୍ତ୍ରାଳୟକୁ ଚିଠି ଲେଖିଥିଲେ ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ପ୍ରମୁଖ ଶାସନ ସଚିବ । ହିଟେଓ୍ଵଭ୍‌ ପରିସ୍ଥିତି, ଜଳଭଣ୍ଡାରରେ ଜଳସ୍ତର କମିବାରୁ ବିଦ୍ୟୁତ ଶକ୍ତି ଉତ୍ପାଦନ ବ୍ୟାହତ ହୋଇଛି।

ଆଗକୁ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବେଳେ ଅଧିକ ବିଦ୍ୟୁତର ଆବଶ୍ୟକତା ରହିଛି। ଏସବୁକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ୪୫୦ ମୋଗଓ୍ଵାଟ ବିଦ୍ୟୁତ ଯୋଗାଇଦେବାକୁ ଅନୁରୋଧ କରିଥିଲେ ଶକ୍ତି ବିଭାଗ ଅତିରିକ୍ତ ପ୍ରମୁଖ ସଚିବ । ଓଡ଼ିଶାର ଦାବିକୁ ବିଚାରକୁ ନେଇ କେନ୍ଦ୍ର ବିଦ୍ୟୁତ ମନ୍ତ୍ରାଳୟ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ଆସନ୍ତା ୧୦ ଦିନ ଯାଏ ଓଡ଼ିଶାକୁ ୪୦୦ ମେଗାଓ୍ଵାଟ ବିଦ୍ୟୁତ ଯୋଗାଇବ। ଉଭୟ ଦକ୍ଷିଣ ଓ ପଶ୍ଚିମ ପୁଲ୍‌ରୁ ବିଦ୍ୟୁତ ଶକ୍ତି ଓଡ଼ିଶାକୁ ଦିଆଯିବ । ରାଜ୍ୟରେ ଗତ କିଛିଦିନ ହେବ ବିଦ୍ୟୁତ କାଟ୍‌କୁ ନେଇ ଅସେନ୍ତାଷ ଲାଗି ରହିଛି।

ad-week
Leave A Reply

Your email address will not be published.