ଶିକାରୀଙ୍କ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣାରେ ୧୦ ଜଣ ଅଟକ

add-all

କରଞ୍ଜିଆ: ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ପରେ ଆକ୍ସନ ମୋଡରେ ପୋଲିସ । ଅଭିଯୁକ୍ତ ଶିକାରୀକୁ ଧରିବାକୁ ପୋଲିସ ପକ୍ଷରୁ ଶିମିଳିପାଳ ଅଞ୍ଚଳର ବିଭିନ୍ନ ଗାଁରେ ରେଡ ଚାଲିଛି । ଏ ପର୍ଯ୍ୟନ୍ତ ୧୦ ଜଣକୁ ଅଟକ ରଖିଛି ଠାକୁରମୁଣ୍ଡା ପୋଲିସ । ଏପଟେ ଆଜି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ । ସେହିପରି PCCF, CCF, RCCF ପ୍ରମୁଖ ଗ୍ରାଉଣ୍ଡ ଜିରୋକୁ ଯିବେ ।

ଶୁକ୍ରବାର ବିଳମ୍ବିତ ରାତିରେ ଉପର ବାରାକାମୁଡ଼ା ରେଞ୍ଜ ଫରେଷ୍ଟର ମାଟି ହାଁସଦା ପାଟ୍ରୋଲିଂ କରୁଥିବା ବେଳେ ତାଙ୍କୁ ଗୁଳି ମାଡ଼ କରିଥିଲେ ଶିକାରୀ। ଗୁରୁତର ଅବସ୍ଥାରେ ମାଟି ହାଂସଦାଙ୍କୁ କରଞ୍ଜିଆ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ମେ ୨୨ତାରିଖରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିମାଡ଼ରେ ଫରେଷ୍ଟଗାର୍ଡ ବିମଲ କୁମାର ଜେନା ପ୍ରାଣ ହରାଇଥିଲେ । ମାସକ ମଧ୍ୟରେ ଶିକାରୀଙ୍କ ବର୍ବର କାଣ୍ଡ ଦୁଇ ଦୁଇ ବନ କର୍ମଚାରୀଙ୍କ ଜୀବନ ନେଇଛି । ଅଭୟାରଣ୍ୟରେ ଅସୁରକ୍ଷିତ ବନ କର୍ମଚାରୀ ।

ad-week
Leave A Reply

Your email address will not be published.