ରବି ସିହ୍ନା RAWର ନୂଆ ମୁଖ୍ୟ

add-all

ନୂଆଦିଲ୍ଲୀ : ବରିଷ୍ଠ ଆଇପିଏସ୍‌ ଅଧିକାରୀ ରବି ସିହ୍ନା ହେବେ ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ପରବର୍ତ୍ତୀ ମୁଖ୍ୟ। ସୋମବାର ତାଙ୍କର ଏହି ନୂଆ ନିଯୁକ୍ତି ଉପରେ ବାଜିଛି କ୍ୟାବିନେଟ ଆପଏଣ୍ଟମେଣ୍ଟସ୍ କମିଟିର ମୋହର। ତାଙ୍କୁ ୨ ବର୍ଷ ପାଇଁ ଏହି ନିଯୁକ୍ତି ମିଳିଛି।
ବର୍ତ୍ତମାନ RAWର ମୁଖ୍ୟ ଥିବା ସାମନ୍ତ କୁମାର ଗୋଏଲ ଆସନ୍ତା ଜୁନ୍‌ ୩୦ ତାରିଖରେ ଅବସର ନେବେ। ସେ ଅବସର ନେବା ପରେ ଦାୟିତ୍ୱ ଗ୍ରହଣ କରିବେ ରବି ସିହ୍ନ।
ରବି ସିହ୍ନା ହେଉଛନ୍ତି ୧୯୮୮ ବ୍ୟାଚ୍‌ର ଆଇପିଏସ୍ ଅଫିସର। ସେ ଚଣ୍ଡିଗଡ଼ କ୍ୟାଡରର ଆଇପିଏସ୍‌ ଅଫିସର। ସେ ଏବେ କ୍ୟାବିନେଟ୍ ସେକ୍ରେଟେରିଏଟରେ ସ୍ପେଶାଲ ସେକ୍ରେଟେରୀ ଭାବେ କାର୍ଯ୍ୟ କରୁଛନ୍ତି।

ad-week
Leave A Reply

Your email address will not be published.