ଜେଲେନସ୍କିଙ୍କୁ ନିଜ ମା’ଙ୍କ ହାତ ତିଆରି ବରଫି ପରସିଦେଲେ ରୁଷି ସୁନକ

add-all

ଲଣ୍ଡନ : ଭାରତୀୟ ‘ବରଫି’ର ମଜା ନେଲେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି । ତାହାକୁ ପୁଣି ପ୍ରସ୍ତୁତ କରିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମା’ । କିଛି ଦିନ ପୂର୍ବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଓ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଏକ ବୈଠକ ଚାଲିଥିବା ବେଳେ ଭୋକ ଅନୁଭବ କରିଥିବା ଜେଲେନସ୍କିଙ୍କୁ ନିଜ ମା’ଙ୍କ ହାତ ତିଆରି ବରଫି ପରଷି ଦେଇଥିଲେ ଋଷି ସୁନକ । ଏହାର ଭିଡିଓ ବ୍ରିଟେନ ପ୍ରଧାନମନ୍ତ୍ରୀ ନିଜ ଇନଷ୍ଟାଗ୍ରାମ୍‌ରେ ଶେଆର କରିଥିବା ବେଳେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ବି ଶେଆର କରାଯାଇଛି।
ବ୍ରିଟେନ ପ୍ରଧାନମନ୍ତ୍ରୀ ଏହି ଭିଡିଓ ପୋଷ୍ଟ କରି ଏହା କ୍ୟାପସ୍‌ରେ ଜେଲେନସ୍କି ମା’ଙ୍କ ହାତ ତିଆରି ମିଠା ଚାଖୁଛନ୍ତି ବୋଲି କ୍ୟାପସନ୍‌ ଦେଇଛନ୍ତି। ଏଥିସହ ସେ ଲେଖିଛନ୍ତି, ମୋ’ ମା’ ନିଜ ହାତ ତିଆରି କିଛି ବରଫି ମୋତେ ଦେଇଥିଲେ। ଜେଲେନସ୍କିଙ୍କ ସହ ମୋର ମିଟିଂ ବେଳେ ସେ ଭୋକ ଅନୁଭବ କରିଥିଲେ। ତେଣୁ ମୋ’ ନିକଟରେ ଥିବା ବରଫି ମୁଁ ତାଙ୍କୁ ଖାଇବାକୁ ଦେଇଥିଲି। ଏବଂ ଏହା ଏକ ଭାରତୀୟ ମିଠା ବୋଲି ବି କହିଥିଲି। ତାହା ଖୁବ୍‌ ସୁସ୍ୱାଦୁ ବୋଲି କହିବା ସହ ଜେଲେନସ୍କି ତାହାର ପ୍ରଶଂସା ବି କରିଥିଲେ। ମୋ’ ମା’ ଏହା ଜାଣି ଖୁବ୍‌ ଖୁସି ହେଲେ।
ଏହି ଭିଡିଓକୁ ୟୁଜର୍ସମାନେ ଖୁବ୍‌ ଭଲ ପାଇବା ଦେବା ସହ କମେଣ୍ଟ ବି କରିଛନ୍ତି। ତୁମେ ପ୍ରଧାନମନ୍ତ୍ରୀ ହୁଅ କି ସାଧାରଣ ମଣିଷ, ତୁମ ମା’ଙ୍କ ହାତ ତିଆରି ବରଫିକୁ ତୁମେ ନିଜ ସହ ରଖୁଛ । ଏହା ଭାରତୀୟଙ୍କ ଭଲ ପାଇବା ବୋଲି ସ୍ପଷ୍ଟ ହେଉଥିବା ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି। ଏହା ଖୁବ୍‌ ସୁନ୍ଦର ଓ ମଜାଦାର ବୋଲି ଆଉ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି।
କିଛି ଦିନ ପୂର୍ବେ ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ବ୍ରିଟେନ ଗସ୍ତରେ ଯାଇଥିଲେ। ରୁଷ ସହ ଚାଲିଥିବା ଯୁଦ୍ଧରେ ଅସ୍ତଶସ୍ତ୍ର ସାହାଯ୍ୟ ନିମନ୍ତେ ସେ ବ୍ରିଟେନ ଗସ୍ତ କରିଥିବା ଜଣାଯାଇଛି। ଉଭୟଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ୟୁକ୍ରେନର ଫାଇଟର ପାଇଲଟଙ୍କୁ ବ୍ରିଟେନ ତାଲିମ ଦେବ ବୋଲି ସୂଚନା ଦେଇଛି। ଫଳରେ ଖୁବ୍‌ କମ୍‌ ମାସ ମଧ୍ୟରେ ସେମାନେ F-16 ‍ବିମାନ ଉଡ଼ାଇବାକୁ ସକ୍ଷମ ହେବେ ବୋଲି କୁହାଯାଇଛି।
ୟୁକ୍ରେନକୁ ମିଶାଇଲ ସାଙ୍ଗକୁ କ୍ଷିପ୍ର ବେଗରେ ଯାଇ ଆକ୍ରମଣ କରି ପାରୁଥିବା ଦୂରଗାମୀ ଡ୍ରୋନ ବି ଯୋଗାଇ ଦିଆଯିବ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.