କେଦାରନାଥ ମନ୍ଦିରର ଗର୍ଭଗୃହରେ ଟଙ୍କା ଉଡ଼ାଇ ଫସିଲେ ମହିଳା, ରୁଜୁ ହେଲା ଏତଲା

add-all

କେଦାରନାଥ: ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଧାମରେ ଘଟିଥିବା ଏକ ଆଶ୍ଚର୍ଯ୍ୟକର ଘଟଣାର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ମହିଳା ମନ୍ଦିରର ଗର୍ଭଗୃହକୁ ଯାଇ ବାବାଙ୍କ ଶିବଲିଙ୍ଗ ଉପରେ ନୋଟ୍ ଉଡ଼ାଉଥିବା ଏବଂ ପୂଜାପାଠ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବା ପରେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (ବି.କେ.ଟି.ସି)ର ଅଧ୍ୟକ୍ଷ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଅଧିକାରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି।
ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ ହେବା ସହ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳା ଓ ମନ୍ଦିର କମିଟିର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଭାଇରାଲ ଭିଡିଓରେ ଏହା ସ୍ପଷ୍ଟ ଜଣାପଡୁଛି ଯେ ଯେତେବେଳେ ମହିଳାଜଣକ ଗର୍ଭଗୃହରେ ଟଙ୍କା ଉଡ଼ାଉଥିଲେ ସେତେବେଳେ କିଛି ତୀର୍ଥ ପୁରୋହିତ ତାଙ୍କ ସହିତ ଥିଲେ। ସେମାନେ ମହିଳାଙ୍କୁ ଏପରି କରିବାକୁ ନଅଟକାଇ ମନ୍ତ୍ର ଜପ କରୁଥିଲେ।
ଏହି ଭିଡିଓ ଭାଇରାଲ ହେବା ପରେ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରି ମହିଳାଜଣକ କାହା ଅନୁମତିରେ ଏଭଳି କାମ କଲେ ତା’ର ତଦନ୍ତ କରୁଛି ପୁଲିସ। ତଦନ୍ତ ପରେ ଦୋଷୀଙ୍କୁ କୋଠର ଦଣ୍ଡ ମିଳିବ ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.