ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଯୋରନ୍ଦା ପୀଠର ସାଧୁସନ୍ଥ ଓ ମହିମା ଧର୍ମାବଲମ୍ବୀ

add-all

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଅନେକ ମହିମା ସାଧୁସନ୍ଥ ଓ ଧର୍ମାବଲମ୍ବୀମାନେ ନବୀନ ନିବାସ ଠାରେ ଭେଟିଛନ୍ତି । ଯୋରନ୍ଦା ପୀଠର ରୂପାନ୍ତର ପାଇଁ ପଦକ୍ଷେପକୁ ସେମାନେ ସ୍ୱାଗତ ଜଣାଇବା ସହ ଏଥି ପାଇଁ  ଅର୍ଥ  ମଞ୍ଜୁର  କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ଗତ ମେ’ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଯୋରନ୍ଦା ପୀଠ ପରିଦର୍ଶନ କରି ଏହାର ସମ୍ପୂର୍ଣ୍ଣ ରୂପାନ୍ତର ପାଇଁ ପ୍ରସ୍ତାବ ଦେବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ପ୍ରସ୍ତାବଭିତ୍ତିରେ ମୁଖ୍ୟମନ୍ତ୍ରୀ ଜୁନ୍ ୧୫ ତାରିଖ ଦିନ ଏଥିପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର କରିଥିଲେ।

ପ୍ରକଳ୍ପ ରିପୋର୍ଟରେ ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିରେ ସମାଧି ମନ୍ଦିରର ପୁନଃନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନଃନିର୍ମାଣ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ନିର୍ମାଣ କରାଯିବ। ପୀଠ ଭିତରେ ଆଭ୍ୟନ୍ତରୀଣ ସଡ଼କ ସହିତ ପୂରା ସ୍ଥାନର ଆଲୋକୀକରଣ କରାଯିବ। ଜଗନ୍ନାଥ ମନ୍ଦିର ଠାରୁ ସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ। ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ବ ପଟ ବଡ଼ ପୋଖରୀର ପୁନରୁଦ୍ଧାର ସହିତ ୨୦୦ ତାଳ ଗଛ ଓ ୨୦୦ ବର ଗଛ ଲଗାଯିବ। ଆଲୋକୀକରଣ ସହିତ ପ୍ରମନେଡ୍‌ ତିଆରି କରାଯିବ। ସାଧୁ ଓ ଭକ୍ତମାନଙ୍କ ପାଇଁ ୨୦୦ ଟଏଲେଟ୍‌ ନିର୍ମାଣ କରାଯିବ। ପୂରା ପ୍ରକଳ୍ପରେ ସାଧୁ ସନ୍ଥ, ଭକ୍ତ ଓ ଅତିଥି ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିବ। ସୌନ୍ଦର୍ଯ୍ୟକରଣ ସହିତ ଏହା ଜିଲ୍ଲାର ଏକ ପ୍ରମୁଖ ତୀର୍ଥସ୍ଥଳୀ ଓ ପର୍ଯ୍ୟଟନ କେନ୍ଦ୍ର ହେବା ପାଇଁ ସବୁ ପଦକ୍ଷେପ ନିଆଯିବ।

ad-week
Leave A Reply

Your email address will not be published.